ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟ ପୋଲିସର ଗଞ୍ଜେଇ, ବ୍ରାଉନସୁଗାର ଦମନ ଅଭିଯାନ
  • ୯ ମାସରେ ରାଜ୍ୟରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ
  • ଇସ୍ରୋ ଦେଉଛି ଗଞ୍ଜେଇ, ଅଫିମ ଚାଷର ରେକର୍ଡ

ରାଜ୍ୟରେ ଗଞ୍ଜେଇ ଏବଂ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ ଚାଲାଣ ରୋକିବାକୁ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ପୋଲିସ ରାଜ୍ୟରେ ୯ ମାସର ଗଞ୍ଜେଇ ଚାଲାଣ ସଂପର୍କିତ ତଥ୍ୟ ଦେବାବେଳେ ଏଭଳି କହିଛନ୍ତି ପୋଲିସ ଡିଜି ଅଭୟ।

ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ୯ ମାସ ମଧ୍ୟରେ ରାଜ୍ୟରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪୧୩, ମାଲକାନଗିରି ଜିଲ୍ଲାରୁ ୨୪୦ ଏବଂ ଗଜପତି ଜିଲ୍ଲାରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ଜବତ। ସଫଳତାର ସହ ଗଞ୍ଜେଇ ମାଫିଆମାନଙ୍କୁ ଦମନ କରିଥିବାରୁ ଏହି ତିନୋଟି ଜିଲ୍ଲାର ଏସ୍‌ପିମାନଙ୍କୁ ଡିଜିଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।

ତେବେ ଗଞ୍ଜେଇ ଚାଷ ଠାବ କରିବାରେ ଇସ୍ରୋର ସାହାଯ୍ୟ ନିଆଯାଉଥିବା ନେଇ ପୋଲିସ ଡିଜି ଅଭୟ କହିଛନ୍ତି। ସେହିପରି ରାଜ୍ୟରେ ଧଳାଜହର ଚାଲାଣ ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ଡ୍ରଗ୍ସ ମାଫିଆମାନଙ୍କୁ ସାବାଡ କରିବା ପାଇଁ ମଙ୍ଗଳବାର ୪ଟି ରାଜ୍ୟ ଯଥା – ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ର ପୋଲିସ ଡିଜିଙ୍କ ସହ ଓଡ଼ିଶା ପୋଲିସ ଡିଜି ଅଭୟ ଆଲୋଚନା କରିଛନ୍ତି।

Comment