ଓଡ଼ିଶାଲାଇଭ୍ ବ୍ୟୁରୋ

୧ ଟଙ୍କାରେ Xiaomi ସ୍ମାର୍ଟଫୋନ୍ କେମିତି କିଣିବେ ଜାଣନ୍ତୁ।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ଇ-କମର୍ସ ଓ୍ଵେବ୍‌ସାଇଟ୍‌ରେ ଫେଷ୍ଟିଭ୍ ସେଲ୍‌ ଆରମ୍ଭ ହେବାକୁ ଯାଉଛି। ଏହାରି ଭିତରେ ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ସାଓମି ନିଜ ଗ୍ରାହକଙ୍କ ପାଇଁ Mi ସେଲ୍ ଅଫର ଘୋଷଣା କରିଛି। ଆସନ୍ତା ୧୬ ତାରିଖରୁ ଏହି ସେଲ୍ ଆରମ୍ଭ ହେବ। ସବୁଠୁ ଖାସ୍ କଥା ହେଉଛି ଏହି ସେଲ୍‌ରେ ମାତ୍ର ୧ ଟଙ୍କାରେ ଆପଣ Mi ସ୍ମାର୍ଟଫୋନ୍ କିଣିପାରିବେ। ତେବେ କେମିତି କିଣିବେ ଆସନ୍ତୁ ଜାଣିବା…୧ ଟଙ୍କିଆ ଫ୍ଲାସ୍ ସେଲ୍

Mi ସେଲ୍ ଅକ୍ଟୋବର ୧୬ରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରତିଦିନ ଅପରାହ୍ଣ ୪ଟାରେ ୧ ଟଙ୍କିଆ ଫ୍ଲାସ୍ ସେଲ୍ ହେବ। ଏହି ସେଲ୍ ଜରିଆରେ ଆପଣ ମାତ୍ର ୧ ଟଙ୍କାରେ Mi ସ୍ମାର୍ଟଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ କିଣିପାରିବେ। ରେଡ୍‌ମି ନୋଟ୍ ୯ ପ୍ରୋ, ଏମ୍‌ଆଇ ଟିଭି ୪ଏ ୩୨ ଇଞ୍ଚ୍‌ ହୋରିଜନ୍ ଏଡିସନ୍ ଆଦିକୁ ଆପଣ ଏହି ଫ୍ଲାସ୍ ସେଲ୍ ସମୟରେ ମାତ୍ର ୧ ଟଙ୍କାରେ କିଣିପାରିବେ।

କେଉଁ ଜିନିଷରେ କେତେ ରିହାତି?

ସାଓମିର Mi ସେଲ୍‌ରେ ବିଭିନ୍ନ ସାମଗ୍ରୀରେ ରିହାତି ମିଳୁଛି।

-ରେଡ୍‌ମି ନୋଟ୍ ୯ ପ୍ରୋ ମାକ୍ସ ଓ ରେଡ୍‌ମି ନୋଟ୍ ୯ ପ୍ରୋ ମୂଲ୍ୟରେ ପ୍ରଥମ କରି ରିହାତି ମିଳିବ। କୁହାଯାଉଛି ଯେ ରେଡ୍‌ମି ନୋଟ୍ ୯କୁ ସବୁଠୁ କମ୍ ଦରରେ ବିକ୍ରି କରାଯିବ।

-Mi Band 3i ଓ Mi Band 4 ଉପରେ ୫୦୦ ଟଙ୍କା ରିହାତି ମିଳିବ। ରିହାତି ପରେ ଏଗୁଡ଼ିକ ଯଥାକ୍ରମେ ୧,୦୯୯ ଓ ୧,୯୯୯ ଟଙ୍କାରେ ଉପଲବ୍ଧ ହେବ।

-ଟ୍ରିମର ୧ସି ଉପରେ ଗ୍ରାହକଙ୍କୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ରିହାତି ପରେ ଏହାକୁ ୮୯୯ ଟଙ୍କାରେ କିଣି ହେବ।

-Mi Power Bank 3i, ୮୦୦ ଟଙ୍କା ରିହାତି ସହିତ ୭୯୯ ଟଙ୍କାରେ ବିକ୍ରି ହେବ।

-ରେଡ୍‌ମି ସୋନିକ୍‌ବାସ୍ ଓ୍ଵାୟାରଲେସ୍ ଇୟରଫୋନ୍‌ରେ  ୫୦୦ ଟଙ୍କା ରିହାତି ମିଳିବ। ରିହାତି ପରେ ଏହାକୁ ଗ୍ରାହକମାନେ ୯୯୯ ଟଙ୍କାରେ କିଣିପାରିବେ।କେମିତି ମିଳିବ ଅତିରିକ୍ତ ରିହାତି?

ଏହି ସେଲ୍‌ ପାଇଁ ସାଓମି, ଆକ୍ସିସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣା କରିଛି। ଏହାଦ୍ଵାରା ଗ୍ରାହକଙ୍କୁ ରିହାତି ସହିତ କ୍ୟାସ୍‌ବ୍ୟାକ୍ ବି ଦିଆଯିବ।

ଯେଉଁ ଗ୍ରାହକ ଆକ୍ସିସ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ବରୋଦା କ୍ରେଡିଟ୍ କାର୍ଡରେ ଜିନିଷ କିଣିବେ ସେମାନଙ୍କୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ତତ୍କାଳ ରିହାତି ପ୍ରଦାନ କରାଯିବ ବୋଲି ସାଓମି ସ୍ପଷ୍ଟ କରିଛି।ଏହି ସେଲ୍‌ରେ ସାଓମିର ଗୋଲ୍ଡ, ପ୍ଲାଟିନମ୍ ଓ ଡାଇମଣ୍ଡ ଭିଆଇପି ମେମ୍ବରଙ୍କ ପାଇଁ ଜଲ୍‌ଦି ଆକ୍ସେସ୍ ସୁବିଧା ଉପଲବ୍ଧ ହେଉଛି। ଏହି ମେମ୍ବରମାନେ ଅକ୍ଟୋବର ୧୫ ତାରିଖରୁ ସେଲ୍‌ର ସୁବିଧା ପାଇପାରିବେ।

Comment