ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ୍ ଡେଜ୍‌ରେ କେଉଁ ସବୁ ଅଫର୍ ମିଳୁଛି ଜାଣନ୍ତୁ।

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ୍ ଡେଜ୍। ଫ୍ଲିପ୍‌କାର୍ଟ ପ୍ଲସ୍ ସଦସ୍ୟଙ୍କ ପାଇଁ ଏହି ସେଲ୍ ଆଜିଠୁ ଆରମ୍ଭ ହୋଇଯାଇଛି। ଏହି ସେଲ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସବୁଠୁ ଖାସ୍ କଥା ହେଉଛି- ଏହି ସେଲ୍‌ରେ ମାତ୍ର ଏକ ଟଙ୍କାରେ ଆପଣ ଯେକୌଣସି ଜିନିଷ ବୁକ୍ କରିପାରିବେ। ଏହି ଟଙ୍କିକିଆ ପ୍ରି-ବୁକିଂ ଦ୍ଵାରା ଷ୍ଟକ୍ ଶେଷ ହେବା ଆଗରୁ ଆପଣଙ୍କୁ ଆପଣଙ୍କ ମନ ପସନ୍ଦର ଜିନିଷ ଯେମିତି ହେଲେ ମିଳିଯିବ। ଏନେଇ ଫ୍ଲିପ୍‌କାର୍ଟ ପକ୍ଷରୁ ଶତ ପ୍ରତିଶତ ଗ୍ୟାରେଣ୍ଟି ଦିଆଯାଉଛି।

ଏହି ସେଲ୍ରେ ରହିଛି ଖାସ୍?

ଫ୍ଲିପ୍‌କାର୍ଟ ବିଗ୍ ବିଲିୟନ୍ ଡେଜ୍ ସେଲ୍‌ରେ ଇଲେକ୍ଟ୍ରୋନିକ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ୨୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଟ୍ରିମର୍ କିଣାଯାଇପାରିବ।ଫ୍ଲିପ୍‌କାର୍ଟର ସୂଚନା ଅନୁଯାୟୀ, ସବୁଠୁ ଅଧିକ ବିକ୍ରି ହେଉଥିବା ଲାପ୍‌ଟପକୁ ୬୦ ପ୍ରତିଶତ ରିହାତିରେ କ୍ରୟ କରିହେବ। ଫ୍ଲିପ୍‌କାର୍ଟର ଏହି ସେଲ୍‌ରେ ୩ କୋଟିରୁ ଅଧିକ ସାମଗ୍ରୀ ତାଲିକା ରହିବ।

ଏହି ସେଲ୍‌ରେ ଟିଭି ଓ ଘର ଉପକରଣରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବ। ସେହିପରି ମାତ୍ର ୯,୧୯୯ ଟଙ୍କାରେ ସମ୍ପୂର୍ଣ୍ଣ ସ୍ଵୟଂଚାଳିତ ଓ୍ଵାଶିଂ ମେସିନ ଉପଲବ୍ଧ ହେବ ବୋଲି ଫ୍ଲିପ୍‌କାର୍ଟ ଦାବି କରିଛି।

ମୋଟୋରୋଲା ସ୍ମାର୍ଟଫୋନ୍‌ରେ ୪୦ ହଜାର ଟଙ୍କା ରିହାତି

ଯଦି ଆପଣ ମୋଟୋରୋଲା ସ୍ମାର୍ଟଫୋନ୍‌ ପସନ୍ଦ କରନ୍ତି, ତେବେ ଫ୍ଲିପ୍‌କାର୍ଟର ଏହି ସେଲ୍ ଆପଣଙ୍କ ପାଇଁ କୌଣସି ଉପହାରଠାରୁ ମଧ୍ୟ କମ୍‌ ନୁହେଁ। ୨୦୧୯ରେ ମୋଟୋରୋଲା ରଜର(Motorola Razr)କୁ ୧,୨୪,୯୯୯ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ୍ କରାଯାଇଥିଲା। କିନ୍ତୁ ଏହି ସେଲ୍‌ରେ ଆପଣ ଏହି ଫୋନ୍‌କୁ ୪୦ ହଜାର ଟଙ୍କା ରିହାତି ସହିତ ୮୪,୯୯୯ ଟଙ୍କାରେ କିଣିପାରିବେ।

ସେହିପରି ଏହି ସେଲ୍‌ରେ ଆପଣ Motorola Edge+ ସ୍ମାର୍ଟଫୋନ୍‌କୁ ୧୦,୦୦୦ ଟଙ୍କା ରିହାତିରେ କିଣିପାରିବେ। ଚଳିତବର୍ଷ ମେ ମାସରେ ଏହି ଫୋନ୍‌କୁ ୭୪,୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ତେବେ ଏହି ସେଲ୍‌ରେ ଆପଣ ଏହାକୁ ୬୪,୯୯୯ ଟଙ୍କାରେ ପାଇପାରିବେ।ସେହିପରି ୧୧,୪୯୯ ଟଙ୍କା ମୂଲ୍ୟର ମୋଟୋ ଜି୯କୁ ୯,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନ୍‌ରେ ଆପଣଙ୍କୁ ୪ ଜିବି ରାମ୍ ସହିତ ୬୪ ଜିବି ଷ୍ଟୋରେଜ୍ ମିଳିବ।

Comment