ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରୁ ଧରାପଡ଼ିଲେ ଦୁଇ ଚୋରା ବନ୍ଧୁକ ବେପାରୀ। ଶୁକ୍ରବାର ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରୁ ଚୋରା ବନ୍ଧୁକ ବେପାରର ଏହି ଦୁଇ ମାଷ୍ଟରମାଇଣ୍ଡଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ ଗିରଫ କରିଛି। ସେମାନଙ୍କଠାରୁ ୮ଟି ପିସ୍ତଲ ଏବଂ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି।

“ଚୋରା ବନ୍ଧୁକ ବ୍ୟବସାୟରେ ଆଜି ୨ଜଣ ଧରାପଡ଼ିଥିବା ବେଳେ ଆଉ ଜଣେ ମାଷ୍ଟରମାଇଣ୍ଡ ଆମ ନଜରରେ ରହିଛି। ତୁରନ୍ତ ତା ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ”, କହିଛନ୍ତି କ୍ରାଇମବ୍ରାଞ୍ଚର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

କିଛିଦିନ ତଳେ କଟକ ଏବଂ ଭଦ୍ରକରୁ ମଧ୍ୟ ଏହିଭଳି ଚୋରା ବନ୍ଧୁକ ବେପାରୀଙ୍କୁ ପୋଲିସ ଗିରଫ କରିଥିଲା।

LEAVE A REPLY

Please enter your comment!
Please enter your name here