ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ଅକ୍ଟୋବର ୨୩ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ରାହୁଲ ଗାନ୍ଧୀ। ରାଜ୍ୟରେ ମୋଟ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ୬ଟି ରାଲି କରିବେ।

ଅକ୍ଟୋବର ୨୮ରେ ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି। ଏହାପୂର୍ବରୁ ରାହୁଲ ୨୩ ତାରିଖରେ ହିସୁଆ ଓ କହଲଗାଁରେ ନିର୍ବାଚନୀ ରାଲି କରିବେ। ସେହିପରି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହେବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ରାହୁଲ ଆଉ ୪ଟି ରାଲି କରିବେ ବୋଲି ଜଣାପଡ଼ିଛି।ଅନ୍ୟପଟେ ବିହାର ନିର୍ବାଚନ ପାଇଁ କଂଗ୍ରେସ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ସୋନିଆ ଓ ପ୍ରିୟଙ୍କାଙ୍କ ସହିତ କଂଗ୍ରେସ ଶାସିତ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କ୍ୟାପଟେନ୍ ଅମରିନ୍ଦର ସିଂହ ଓ ଭୁପେଶ ବାଘଲ ରହିଛନ୍ତି। ଏହାସହ ଏହି ଲିଷ୍ଟରେ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନ, ରାଜ ବବ୍ବର, ମଦନ ମୋହନ ଝା, ମୀରା କୁମାର, ତାରିକ ଅନୱର ପ୍ରମୁଖ ସାମିଲ ହୋଇଛନ୍ତି।

ଏନଡିଏ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେହି ସମାନ ତାରିଖରୁ ନିର୍ବାଚନୀ ରାଲିର ଆରମ୍ଭ କରିବେ ବୋଲି ଜଣାପଡ଼ିଛି।

Comment