ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ଉପନିର୍ବାଚନ ଥିବା ବେଳେ ନିଜ ସଂଗଠନକୁ ମଜଭୁତ୍ କରିବାକୁ ଚେଷ୍ଟା କରିଛି କଂଗ୍ରେସ। ଆଜି ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୬ଟି ସାଂଗଠନିକ ଜିଲ୍ଲାର ସଭାପତି ଅପରିବର୍ତ୍ତିତ ରହିଛନ୍ତି। ସେହିପରି ୩୩ ଜଣ ସଭାପତିଙ୍କ ମଧ୍ୟରେ ୩ ଜଣ ବିଧାୟକ ଓ ୨ ଜଣ ମହିଳା ଅଛନ୍ତି।

ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଥିବା ୩ ବିଧାୟକ ହେଲେ- ସୁରେଶ ରାଉତରାୟ, ରମେଶ ଜେନା ଓ ଦାଶରଥୀ ଗମାଙ୍ଗ। ଏଥିସହ ୨ ମହିଳା ସଭାପତି ଭାବେ ମୀନାକ୍ଷୀ ବାହିନୀପତି ଓ ଗିରିବାଳା ବେହେରା ନିଯୁକ୍ତ ହୋଇଛନ୍ତି।

କଂଗ୍ରେସର ଜିଲ୍ଲା ସଭାପତି ତାଲିକା

ଭୁବନେଶ୍ଵରରୁ ବିଶ୍ଵଜିତ୍ ଦାସ, ଖୋର୍ଦ୍ଧାରୁ ସୁରେଶ ରାଉତରାୟ ଓ ରାଉରକେଲାରୁ ଜର୍ଜ ତିର୍କୀ, ଢେଙ୍କାନାଳର ସରୋଜ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ବାଲେଶ୍ଵରରୁ ସଞ୍ଜୀବ ଗିରି, କୋରାପୁଟରୁ ମୀନାକ୍ଷୀ ବାହିନୀପତି ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ଅନୁଗୁଳରୁ ବିପ୍ଳବ ଜେନା, ବଲାଙ୍ଗିରରୁ ଦିଲ୍ଲୀପ କୁମାର ବେହେରା, ବରଗଡ଼ରୁ ନିହାର ମହାନନ୍ଦ, ଭଦ୍ରକରୁ ସୁବ୍ରତ ଦାସ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ଟାଉନରୁ ଗିରିବାଳା ବେହେରା, ଦେବଗଡ଼ରୁ ଉମାଶଙ୍କର ସାହୁ, ଗଜପତିରୁ ଦାଶରଥୀ ଗମାଙ୍ଗ, ଜଗତସିଂହପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ ରାଉତଙ୍କୁ ଦାୟିତ୍ଵ ମିଳିଛି।ଏଥିସହ ଝାରସୁଗୁଡ଼ାରୁ ଭରତ ଅଓ୍ଵସ୍ତି, କନ୍ଧମାଳରୁ ଅନାମ ନାୟକ, କେନ୍ଦୁଝରରୁ ବିପ୍ଳବ ମିଶ୍ର, ମୟୂରଭଞ୍ଜରୁ ହେମନ୍ତ ଦାସ, ମାଲକାନଗିରିରୁ ଗୋବିନ୍ଦ ପାତ୍ର, ନବରଙ୍ଗପୁରରୁ ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ରୁ ରଣଜିତ ଦାସ, ନୂଆପଡ଼ାରୁ ଘାସିରାମ ମାଝି, ପୁରୀରୁ ଅଜିତ ମଙ୍ଗରାଜ, ରାୟଗଡ଼ାରୁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁରରୁ ଅଶ୍ଵିନୀ ଗୁରୁ, ସୋନପୁରରୁ ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ରୁ ବେଣୁମାଧବ ତ୍ରିପାଠୀ, କଳାହାଣ୍ଡିରୁ ଭରତ ଭୂଷଣ ବେମାଲଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

Comment