ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘କରୋନା ମୁକାବିଲାରେ ଭାରତ ଅପେକ୍ଷା ପାକିସ୍ତାନ ଭଲ ପ୍ରଦର୍ଶନ କରିଛି’’, ପାକିସ୍ତାନରେ ଭାରତକୁ ବଦନାମ କରି ଏଭଳି ଏକ ବୟାନ ଦେଇ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତା ଶଶି ଥରୁର।

ନିକଟରେ ଲାହୋରରେ ଅନୁଷ୍ଠିତ ଏକ ‘ସାହିତ୍ୟ ସଭା’ରେ ଭର୍ଚୁଆଲି ଯୋଡ଼ି ହୋଇଥିଲେ ଶଶି ଥରୁରୁ। ଏହି ଡିଜିଟାଲ ମଞ୍ଚରେ ସେ କରୋନା ମୁକାବିଲାରେ ଭାରତ ଫେଲ ମାରିଛି କହିବା ସହ କରୋନା ସଂକ୍ରମଣ ବ୍ୟାପକ କରିବାରେ ତବଲିଘ୍ ଜମାତକୁ ଦାୟୀ କରାଯାଇ ଦେଶରେ ମୁସଲିମ୍ ସଂପ୍ରଦାୟ ଲୋକଙ୍କ ପ୍ରତି ଭେଦଭାବ କରଯାଉଛି ବୋଲି କହିଥିଲେ। ଯାହାପରେ ତାଙ୍କର ଏଭଳି ଦେଶ ବିରୋଧୀ ବୟାନକୁ ତୀବ୍ର ନିନ୍ଦା କରାଯାଉଛି।

ଅନ୍ୟପଟେ ଏଭଳି ଏକ ବୟାନ ପାଇଁ ଶଶୀ ଥରୁରଙ୍କ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ପାକିସ୍ତାନରେ ଦେଶ ବିରୋଧୀ ବୟାନ ଦେଇ ଦେଶକୁ ଅପମାନିତ କରିବାର କ‘ଣ ମୂଳ ଉଦ୍ଦେଶ୍ୟ ରହିଛି ବୋଲି ସେ ଥରୁରଙ୍କୁ ପଚାରିଛନ୍ତି।

Comment