ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା ମହାମାରୀ ପାଇଁ ଗତ ୭ ମାସ ହେଲା ଓଡ଼ିଶାରେ ଫିଲ୍ମ ହଲ୍‌ ବନ୍ଦ ରହିଛି। ଫଳରେ ଗଣେଶ ପୂଜା, ରଜରେ ଫିଲ୍ମ ବଜାର ପୂରା ଫିକା ପଡ଼ିଛି। କିନ୍ତୁ ଆପଣଙ୍କୁ ମନୋରଞ୍ଜନ ଯୋଗାଇବା ପାଇଁ ଏକ ଭିନ୍ନ ଧରଣର ଫିଲ୍ମ ନେଇ ଆସୁଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ଲକଡାଉନକୁ ଆଧାର କରି ନିର୍ମିତ ହୋଇଥିବା ‘ଲକିର ଲକଡାଉନ ଲଭଷ୍ଟୋରି’ ଫିଲ୍ମକୁ ଆଜି ଦେଖିପାରିବେ ଦର୍ଶକ।

ଏହି ଫିଲ୍ମ ଅଆଜି ଡିଜିଟାଲ ପ୍ଲାଟଫର୍ମ ତରଙ୍ଗ ପ୍ଲସରେ ରିଲିଜ ହେବ। ଏଥିସହିତ ଆପଣ ତରଙ୍ଗ ଟିଭି ଚ୍ୟାନେଲରେ ସନ୍ଧ୍ୟା ୬ଟା ୩୦ରେ ଏହାକୁ ଦେଖିପାରିବେ।

ଫିଲ୍ମକୁ ନେଇ ସବ୍ୟସାଚୀ ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି। ପୂର୍ବରୁ ଅନେକ ଫିଲ୍ମ ଦର୍ଶକ ସିନେମା ହଲ୍‌ରେ ଦେଖିଛନ୍ତି। ଏବେ ଏହି ଫିଲ୍ମକୁ ଏକ ନୂଆ ବାଟରେ ଦେଖି ଦର୍ଶକ ଖୁସି ହେବେ ବୋଲି ବେଶ ଆଶାବାଦୀ ଅଛନ୍ତି ସବ୍ୟସାଚୀ।

ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ଲିଡ୍‌ରୋଲରେ ନଜର ଆସିବେ ଅଭିନେତ୍ରୀ ତମନ୍ନା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି।

Comment