ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ସ୍ଵର୍ଗଦ୍ଵାରରୁ ଶବଦାହ କଟକଣା ହଟିଲା। ଏଣିକି ପୁରୀ ଜିଲ୍ଲା ସହ ବାହାର ଜିଲ୍ଲାର ଶବକୁ ମଧ୍ୟ ସ୍ଵର୍ଗଦ୍ଵାରରେ ସଂସ୍କାର କରାଯାଇପାରିବ। ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣାକୁ ହଟାଇ ଦିଆଯାଇଛି। ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏ ବାବଦରେ ସୂଚନା ଦେଇଛନ୍ତି।

ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାରୁ ସୋମବାର ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି କଟକଠାକୁ ହଟାଇ ଦେଇଛନ୍ତି। ଏଣିକି ପୁରୀ ଜିଲ୍ଲା ବାହାରର ଯେ କେହିବି ତାଙ୍କ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ସ୍ଵର୍ଗଦ୍ଵାରରେ କରିପାରିବେ। କରୋନା ଗାଇଡଲାଇନକୁ ପାଳନ କରି ସର୍ବମୋଟ୍ ୨୦ଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ହୋଇପାରିବ। କିନ୍ତୁ କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହର ସଂସ୍କାର ସ୍ଵର୍ଗଦ୍ଵାରରେ ହୋଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କରୋନା ପାଇଁ ଗତ ଜୁଲାଇ ୭ରେ ପୁରୀ ପ୍ରଶାସନ ଅନ୍ୟ ଜିଲ୍ଲାବାସୀଙ୍କୁ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ବାରଣ କରିଥିଲେ। କେବଳ ପୁରୀ ଜିଲ୍ଲାବାସୀ ହିଁ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଦୀର୍ଘ ୩ ମାସ ପରେ ଏବେ ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଶବଦାହକୁ ଅନୁମତି ମିଳିଛି।

Comment