ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର ସହରରେ ୩୦ଟି ଆଶା ପଦବୀରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଡାକ ଜରିଆରେ ଆବେଦନ କରିପାରିବେ।
ପଦବୀ ନାମ – ଆଶା କର୍ମୀ
ପଦବୀ ସଂଖ୍ୟା – ୩୦
ସ୍ଥାନ – ବ୍ରହ୍ମପୁର ସହରର ବିଭିନ୍ନ ଓ୍ଵାର୍ଡ ଏବଂ ଅଞ୍ଚଳ
ଯୋଗ୍ୟତା
- ପ୍ରାର୍ଥୀ ଜଣକ ମହିଳା (ବିବାହିତା / ବିଧବା / ସ୍ଵାମୀ ପରିତ୍ୟକ୍ତା) ହୋଇଥିବା ଆବଶ୍ୟକ।
- ଉକ୍ତ ଅଞ୍ଚଳର ସ୍ଥାୟୀ ବାସିନ୍ଦା କିମ୍ଵା ୬ମାସ ଧରି ସେହି ଅଞ୍ଚଳରେ ରହୁଥିବା ଆବଶ୍ୟକ।
- ମେଟ୍ରିକ ପାସ୍ କରିଥିବା ଆବଶ୍ୟକ।
- ଓଡ଼ିଶା ଭାଷା କହିପାରୁଥିବା ଏବଂ ଲେଖିପାରୁଥିବା ଆବଶ୍ୟକ।
ଆବେଦନ ପାଇଁ ବୟସ ସୀମା
- ସର୍ବନିମ୍ନ – ୨୫ ବର୍ଷ
- ସର୍ବାଧିକ – ୪୫ ବର୍ଷ
ଆବେଦନ ପାଇଁ ଶେଷ ତାରିଖ – ୨ ନଭେମ୍ଵର ୨୦୨୦