ଓଡ଼ିଶାଲାଇଭ୍‌ ବ୍ୟୁରୋ

mahisur durga puja

କର୍ଣ୍ଣାଟକ ମହୀଶୂର ଦଶହରା ଦେଖିବାକୁ ଆସିପାରିବେ ପର୍ଯ୍ୟଟକ। ଟୁର ଅପରେଟର, ହୋଟେଲ ମାଲିକମାନଙ୍କ ବାରମ୍ବାର ଦାବି ପରେ କର୍ଣ୍ଣାଟକ ସରକାର କରୋନା କଟକଣାରେ କୋହଳ କରିଛନ୍ତି। ଫଳରେ ପର୍ଯ୍ୟଟକମାନେ ଏଠାକୁ ଆସିପାରିବେ। ଏଠାରେ ହୋଟେଲର ରହି ଦଶହରା ଉପଭୋଗ କରିପାରିବେ। ସରକାରଙ୍କ ଏ ଘୋଷଣା ପରେ ହୋଟେଲ ମାଲିକ ଓ ଟୁର ଅପରେଟରମାନେ ଆଶ୍ୱସ୍ତ ହୋଇଛନ୍ତି।

mysore durga puja 2020 image

ଗତ ୭ ମାସ ଧରି ରୋଜଗାର ପ୍ରଭାବିତ ହୋଇଥିବା ବେଳେ, ଦଶହରା ପାଇଁ ପର୍ଯ୍ୟଟମାନେ ଆସିଲେ ଅର୍ଥନୈତିକ ଅବସ୍ଥା ସାମାନ୍ୟ ହେଲେ ବି ସୁଧୁରିବ ବୋଲି ଆଶା ରହିଛି। ତେବେ ସାମାଜିକ ଦୂରତା କଟକଣାକୁ କଡ଼ାକଡ଼ି ପାଳନ ହେବ। ଏହା ଛଡ଼ା ସ୍ୱତନ୍ତ୍ର ଭାବେ ମାର୍ଗଦର୍ଶୀକା ଜାରି ହେବ ବୋଲି ସୂଚନା ମିଳିଛି। ପ୍ରତିବର୍ଷ ଦଶହରାରୁ ଦୀପାବଳି ପର୍ଯ୍ୟନ୍ତ ମହୀଶୂରକୁ ଅନ୍ୟ ରାଜ୍ୟ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ ଆସନ୍ତି। ମହିଶୂର ଦଶହରା କର୍ଣ୍ଣାଟକର ରାଜ୍ୟ ଉତ୍ସବ। ନବରାତ୍ରୀରୁ ହିଁ ଖୁସିର ପରିବେଶ ସୃଷ୍ଟି ହୋଇସାରିଥାଏ। ରଙ୍ଗବେରଙ୍ଗୀ ଆଲୋକମାଳା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକେ ମଜିଯାଆନ୍ତି। ମହୀଶୂର ଦଶହରା ଗତ ବର୍ଷ ୪୦୯ ବର୍ଷ ପୂରଣ କରିଥିଲା। ଏହି ପର୍ବ ବିଜୟନଗର ରାଜବଂଶ ଦ୍ୱାରା ୧୫ଶହ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା। ସ୍ୱତନ୍ତ୍ର ରାଜଦରବାର ଏହି ପର୍ବର ଆକର୍ଷଣୀୟ ଅଂଶ। ମହୀଶୂର ପ୍ୟାଲେସରେ ଏହି ଦରବାର ବସୁଥିବା ବେଳେ, ବିଭିନ୍ନ ଅଞ୍ଚଳରରୁ ରାଜପରିବାରର ସଦସ୍ୟମାନଙ୍କ ସହ ସ୍ୱତନ୍ତ୍ର ଭାବେ ଆମନ୍ତିତି ଅତିଥି ଯୋଗଦିଅନ୍ତି।  

mysore durga puja 2020

ମହାନବମୀରେ ରାଜକୀୟ ତରବାରୀ ପୂଜା ହୁଏ। ଏକ ବିଶାଳ ହାତୀ ଶୋଭାଯାତ୍ରାରେ ରଜବଂଶର ତରବାରୀଗୁଡ଼ିକୁ ନିଆଯାଏ। ମହୀଶୂର ପ୍ୟାଲେକକୁ ସ୍ୱତନ୍ତ୍ର ଭାବେ ଆଲୋକମାଳାରେ ସଜାଇଦିଆଯାଏ। ଦଶହରା ଦିନ ମହୀଶୂର ରାଜପଥରେ ଆରମ୍ଭ ହୁଏ ଦଶହରା ଶୋଭାଯାତ୍ରା ଏହି ଶୋଭାଯାତ୍ରାରେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ହାତୀମାନେ ଯାଆନ୍ତି। ଏହା ଯୁମ୍ବୋ ସବାରୀ ଭାବେ ମଧ୍ୟ ଲୋକପ୍ରିୟ। ସୁନା ରୁପା ଗହଣାରେ ହାତୀଗୁଡ଼ିକୁ ସଜାଯାଇଥାଏ।

Comment