ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀପୁର ମଝିରେ ଏକ ଟ୍ରେନ୍ ଇଞିନ୍ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ଖାଲି ବଗି ନେଇ ଖୋର୍ଦ୍ଧା ରୋଡ୍‌ରୁ ଆସୁଥିଲା। ଇଞ୍ଜିନ୍‌ର ଆଗ ୩ଟି ଚକ ସମେତ ପଛର ଗୋଟିଏ ଚକ ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି।

ଟ୍ରେନ୍‌ଟି ସୋମବାର ରାତିରେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନ୍ ବଗିରେ ଏମ୍‌ଟି ରାକ୍ ଆସୁଥିଲା। ତେବେ ଟ୍ରେନ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି।

ରେଲଓ୍ଵେର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମରାମତି କରୁଛନ୍ତି। ତେବେ ଟ୍ରେନ୍‌ଟି କାହିଁକି ଲାଇନ୍‌ଚ୍ୟୁତ ହେଲା ସେନେଇ ତଦନ୍ତ କରାଯିବ ବୋଲି ରେଲଓ୍ଵେର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Comment