ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜ୍ଞାପନ ମିଡିଆ ପକ୍ଷରୁ ଓଡ଼ିଶା ଶିଳ୍ପ ଡାଇରେକ୍ଟୋରି ‘ଆମ ସମୟର ଶିଳ୍ପ’ ବହି ଉନ୍ମୋଚିତ ହୋଇଯାଇଛି। ଗୁରୁବାର ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) କ୍ଲବରେ ସୀମିତ ଅତିଥିଙ୍କ ଗହଣରେ ଏହି ଡାଇରେକ୍ଟୋରିର ଉନ୍ମୋଚନ କରାଯାଇଛି।

ଏହି ପୁସ୍ତକରେ ରାଜ୍ୟରେ ଉତ୍ପାଦନ କ୍ଷେତ୍ର ସହ ଜଡ଼ିତ ୭୦୦୦ରୁ ଅଧିକ ଶିଳ୍ପ ସମ୍ପର୍କୀୟ ସୂଚନା ରହିଛି। ତା’ ସହିତ ସଂସ୍ଥାଗୁଡ଼ିକର ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି ସହ ମୁଖ୍ୟ ପରିଚାଳକଙ୍କ ନାମ ଛପାଯାଇଛି। ବୃହତ୍, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ ସହ ସେବା କ୍ଷେତ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି। ଶିଳ୍ପ ଏବଂ ବ୍ୟବସାୟ ଜଗତର ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ପୁସ୍ତକ ଉନ୍ମୋଚନ ଅବସରରେ ଅତିଥିମାନେ ମତ ଦେଇଛନ୍ତି।

“ବିଜ୍ଞାପନ ପକ୍ଷରୁ ଆମେ ନିୟମିତ ଭାବେ ବିଭିନ୍ନ ବିଷୟରେ ଡାଇରେକ୍ଟୋରି ପ୍ରକାଶ କରିଆସୁଛୁ। ତା’ ଭିତରେ ଏହି ଶିଳ୍ପ ଡାଇରେକ୍ଟୋରି ରହିଛି। ଏହି ପୁସ୍ତକଟି ଓଡ଼ିଶାର ଶିଳ୍ପ ଜଗତ ସହ ସମ୍ପୃକ୍ତ ସଂସ୍ଥା, ସେବା ସଂସ୍ଥା ଏବଂ ସାଧାରଣ ଲୋକଙ୍କ କାମରେ ଲାଗିବ ବୋଲି ଆମେ ଆଶା କରୁଛୁ। ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଏହାକୁ ବହି ବଜାରକୁ ଛାଡ଼ିବା ସହ ଅନଲାଇନ୍ ମିଡିଆରେ ମଧ୍ୟ ରଖିବୁ। ତେଣୁ ପାଠକମାନେ ଅନଲାଇନ୍ ମାଧ୍ୟମରେ ଏହା କିଣିପାରିବେ,’’ କହିଛନ୍ତି ବିଜ୍ଞାପନ ମିଡିଆର ଡାଇରେକ୍ଟର (ପ୍ରୋଜେକ୍ଟ) ମନୋଜ ପୃଷ୍ଟି।

ବିଜ୍ଞାପନ ପକ୍ଷରୁ ବିଭିନ୍ନ ସମୟରେ ଓଡ଼ିଶା ରାଜନୀତି, ହେଲଥଲାଇନ୍, ବ୍ୟାଙ୍କିଂ ଆଣ୍ଡ୍ ଫିନାନ୍ସିଆଲ୍ ଗାଇଡ୍, କ୍ୟାରିୟର୍ ଗାଇଡ୍ ଏବଂ ପର୍ଯ୍ୟଟନ ଡାଇରେକ୍ଟୋରି ଆଦି ପ୍ରକାଶ କରାଯାଉଛି। ଆଗାମୀ ଦିନରେ ଓଡ଼ିଶାର କୃଷି କ୍ଷେତ୍ର ଏବଂ କୃଷି ବାଣିଜ୍ୟ ସହ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସମ୍ପର୍କରେ ସୂଚନାକୁ ଏକାଠିକରି “ଓଡ଼ିଶାରେ କୃଷି’’ ନାଁରେ ଏକ ଡାଇରେକ୍ଟୋରି ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି।

ବିଜ୍ଞାପନର ‘ଆମ ସମୟର ଶିଳ୍ପ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ୟୁସିସିଆଇର ସଭାପତି ରମେଶ ମହାପାତ୍ର, ଉପସଭାପତି ଏ.କେ. ସାରଦା, ଦୀପକ ରାଠୋର, ପୂର୍ବତନ ଉପସଭାପତି ବ୍ରହ୍ମାନନ୍ଦ ମିଶ୍ର, ଅବସରପ୍ରାପ୍ତ ଏମ୍ଏ‌ସ୍ଏ‌ମ୍ଇ‌ ସଚିବ ପଞ୍ଚାନନ ଦାଶ, ଟାଟା ସ୍ପଞ୍ଜର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ, ନୀଳାଚଳ ଇସ୍ପାତ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଶଶୀଶେଖର ମହାନ୍ତି, ଏକ୍ସପୋର୍ଟର ରାଜେନ୍ ପାଢ଼ୀ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଙ୍ଗଠନର ସଭାପତି ସ୍ମରଜିତ୍ ମହାନ୍ତି, ପିବିଡିର ସମ୍ପାଦକ ବିଜୟ କେତନ ମିଶ୍ର ଏବଂ ଓଡ଼ିଶାଲାଇଭ୍‌ର ସମ୍ପାଦକ ନୀଳାମ୍ବର ରଥ, ସ୍ଵାସ୍ଥ୍ୟ ପ୍ଲସ୍‌ର ସମ୍ପାଦିକା ପ୍ରଣତି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବିଜ୍ଞାପନର ସମ୍ପାଦକ ଦିଲ୍ଲୀପ ମିଶ୍ର (ଶତ୍ରୁଜିତ୍), ଡାଇରେକ୍ଟର କମଳା ମହାନ୍ତି ଏବଂ ପ୍ରକାଶିକା ରଶ୍ମିତା ମହାପାତ୍ର ଉପସ୍ଥିତ ରହିଥିଲେ।

ବିଜ୍ଞାପନର ବିଭିନ୍ନ ପ୍ରକାଶନ ସିଧାସଳଖ ଭାବେ କିଣିବାକୁ ଚାହୁଁଥିବା ପାଠକମାନେ ୯୪୩୭୯୨୭୩୪୭ ମୋବାଇଲ୍ ନମ୍ବରରେ ଦୀପକ ନାୟକଙ୍କ ସହ ଯୋଗାଯୋଗ କରିବାକୁ ମିଡିଆ ସଂସ୍ଥା ପକ୍ଷରୁ ଅନୁରୋଧ କରାଯାଇଛି।

Comment