ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଟୁଇନ୍ ସିଟିରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ଵର ଓ କଟକରେ ଆଜି ଦିନ ସାଢ଼େ ୧୧ଟା ଯାଏଁ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ରାସ୍ତାଘାଟ ଭଲ ଭାବେ ଦିଶିବନି। ରାସ୍ତାରେ ପାଣି ଜମିବା ସହ ଟ୍ରାଫିକ୍ ଜାମ୍ ହୋଇପାରେ। ତେଣୁ ଚାଲିବା ସମୟରେ ରାସ୍ତାରେ ଥିବା ମ୍ୟାନ୍‌ହୋଲ୍ ଉପରେ ନଜର ରଖିବାକୁ କୁହାଯାଇଛି।

ସମ୍ଭାବ୍ୟ ବର୍ଷା, ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଯଥାସମ୍ଭବ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment