ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନେବା ପାଇଁ କରାଯାଇଛି ସ୍ଵତନ୍ତ୍ର ଗ୍ରୀନ୍କରିଡର ବ୍ୟବସ୍ଥା ଏଥିପାଇଁ ନୟାପଲ୍ଲୀର ଏକ ଘରୋଇ ହସ୍ପିଟାଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଟ୍ରାଫିକ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି ଆମ୍ବୁଲାନ୍ସ ଯିବା ବେଳେ ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ୍ ଚଳାଚଳ ବନ୍ଦ କରାଯାଇଛି ସୂଚନା ଅନୁସାରେ, ପୁରୀର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏଥିପାଇଁ ଭୁବନେଶ୍ଵରରେ ତାଙ୍କର କୃତ୍ରିମ ଫୁସ୍‌ଫୁସ ପ୍ରତିରୋପଣ କରାଯାଇଛି। ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ଯିବାକୁ ପଡ଼ିବ।ତେଣୁ ଏୟାରପୋର୍ଟରେ କିପରି ଶୀଘ୍ର ରୋଗୀ ପହଞ୍ଚିବେ ସେନେଇ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇ ତାଙ୍କୁ ଖୁବ୍ ଅଳ୍ପ ସମୟରେ ବିମାନବନ୍ଦରେ ପହଞ୍ଚାଇ ଦିଆଯାଇଛି। ତାଙ୍କୁ ହାଇଦ୍ରାବାଦରେ ପହଞ୍ଚିବାକୁ ପ୍ରାୟ ୨ରୁ ଅଢ଼େଇ ଘଣ୍ଟା ସମୟ ଲାଗିବ। ତେବେ ସେଠାରେ ମଧ୍ୟ ସେ ପହଞ୍ଚିବା ପରେ ଅନୁରୂପ ବ୍ୟବସ୍ଥାରେ ତାଙ୍କୁ ଗ୍ରୀନ କରିଡର ମଧ୍ୟରେ ହସ୍ପିଟାଲକୁ ନିଆଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।

Comment