ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗର ଏକ ପୂଜା ପେଣ୍ତାଲ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି। ଏହି ପେଣ୍ଡାଲରେ ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ମା’ଦୁର୍ଗା ସଂହାର କରୁଥିବା ଦେଖିବାକୁ ମିଳିଛି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି।

ସୀମାରେ ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ଚିତ୍ରକୁ ପୂଜା ପେଣ୍ଡାଲରେ ଦେଖାଇଛି ମୁର୍ଶିତାବାଦ ପୂଜା କମିଟି। ଏହି ପେଣ୍ଡାଲରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ କରାଯାଇଛି ମହିଷାସୁର। ଯେଉଁଥିରେ ମା’ଦୁର୍ଗା ଅସୁର ‘ଜିନପିଙ୍ଗ’କୁ ସଂହାର କରୁଛନ୍ତି।ଗତ ସପ୍ତାହରେ ମଧ୍ୟ କୋଲକାତାରେ ଏକ ପେଣ୍ଡାଲରେ ଏମିତି ସ୍ଵତନ୍ତ୍ର ସାଜସଜ୍ଜା ଦେଖିବାକୁ ମିଳିଛି। ଯେଉଁଠାରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦର୍ଶାଯାଇ ବିଭିନ୍ନ ମୂର୍ତ୍ତି ନିର୍ମାଣ କରାଯାଇଛି। କରୋନା ମହାମାରୀ ସମୟରେ ଲକଡାଉନ୍ ଯୋଗୁଁ ନିଜ ପିଲାଙ୍କୁ ଧରି ହଜାର ହଜାର କିଲୋମିଟର ଚାଲିଥିବା ପ୍ରବାସୀମାନଙ୍କ ଦୃଶ୍ୟକୁ ଏହି ପେଣ୍ଡାଲରେ ଦେଖିବାକୁ ମିଳିଛି।ଏହା ସହିତ ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇ ବେଶ୍ ଚର୍ଚ୍ଚାକୁ ଆସିଥିବା ଅଭିନେତା ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏହି ପେଣ୍ଡାଲରେ ଦେଖିବାକୁ ମିଳିଛି।

ଯଦିଓ କରୋନା ପାଇଁ ଚଳିତ ବର୍ଷ ବେଶି ଧୁମ୍‌ଧାମରେ ପାର୍ବଣର ଏହି ମାହୋଲକୁ ପାଳନ କରାଯାଉନି ତଥାପି ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ସାଜିଛି ପୂଜା ପେଣ୍ଡାଲ। ଖାସ କରି ପଶ୍ଚିମବଙ୍ଗ ଆକର୍ଷଣୀୟ ପେଣ୍ଡାଲ ପ୍ରସ୍ତୁତି ପାଇଁ ପ୍ରସିଦ୍ଧି ଲାଭ କରିଥାଏ। ଏଠାରେ ଅତି ସୁସଜ୍ଜିତ ଭାବେ ପେଣ୍ଡାଲଗୁଡ଼ିକୁ ପ୍ରସ୍ତୁତ କରାଯାଇଥାଏ। 

Comment