ଓଡ଼ିଶାଲାଇଭ୍‌ ବ୍ୟୁରୋMaha nabami puja

ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜଗତଜନନୀଙ୍କର ପୂଜା ଅର୍ଚ୍ଚନା।

ସକାଳେ ମା’ଙ୍କର ମହାସ୍ନାନ ପରେ ବଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯାଉଛି। ପ୍ରତିବର୍ଷ ମା’ଙ୍କୁ ଦର୍ଶନ କରିବାକୁ ଏହ ଦିନ ଭକ୍ତଙ୍କ ଭିଡ଼ ଲାଗିଥାଏ। ଚଳିତ ଥର କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ଏଥର ବିନା ଭକ୍ତରେ ପୂଜାର ଆୟୋଜନ କରାଯାଇଛି। ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି ଭକ୍ତ। ଫଳରେ ମଣ୍ଡପରେ କେବଳ ପୂଜକ ଓ ଆୟୋଜକ ହିଁ ପୂଜାରେ ସାମିଲ ହୋଇଛନ୍ତି।

ଅନ୍ୟପଟେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ସମ୍ବଲପୁର ଆଦି ସହରରେ ନିରାଡମ୍ବର ସହ ମହାନବମୀ ପୂଜା କରାଯାଉଛି।

Comment