ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରୁ ୬ ସାମ୍ଵାଦିକ ଗିରଫ। ଦାଦାବଟି ଆଦାୟ ଏବଂ ନ୍ୟୁଜ୍ କରିଦେବା ନେଇ ଧମକ ସହ ଜବରଦସ୍ତି ଟଙ୍କା ମାଗୁଥିବା ଅଭିଯୋଗରେ ସୋମବାର ୬ ଜଣ ଓ୍ଵେବ ପୋର୍ଟାଲ ସାମ୍ଵାଦିକଙ୍କୁ ଗିରଫ କରିଛି କମିସନରେଟ ପୋଲିସ। ସେମାନଙ୍କଠାରୁ ୩୧ ହଜାର ଟଙ୍କା, ମୋବାଇଲ, ୨ଟି କାର୍ ଏବଂ ୪ଟି ବାଇକ୍ ଜବତ କରାଯାଇଛି।

ସୂଚନା ଅନୁସାରେ ଭୁବନେଶ୍ଵର ଖଣ୍ଡଗିରି ଅଞ୍ଚଳରେ ଏକ ଘିଅ କମ୍ପାନିକୁ କିଛି ଓ୍ଵେବ୍ ପୋର୍ଟାଲର ସାମ୍ଵାଦିକ ଏବଂ ତାଙ୍କ ସହଯୋଗୀ ୩ଲକ୍ଷ ଟଙ୍କାର ବଟି ମାଗୁଥିଲେ। ଯଦି ଟଙ୍କା ନ ଦିଅନ୍ତି ଦେବେ ତାଙ୍କ ବିରୋଧରେ ନ୍ୟୁଜ୍ କରାଯିବ ଆଉ ପୋଲିସକୁ ଡାକି ରେଡ କରାଯିବ ବୋଲି ଏପରି ଧମକ ଦେଇ ସଂପୃକ୍ତ କମ୍ପାନିଠାରୁ ୧ଲକ୍ଷ ୬୪ହଜାର ଟଙ୍କା ଆଦାୟ କରିଥିଲେ ଏହି ସାମ୍ଵାଦିକମାନେ।

ସୋମବାର ଏ ବିଷୟରେ ଖବର ପାଇ କମିସନରେଟ ପୋଲିସ ଏକ ଡକାୟତି ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଏଥିସହ ଆଉ ଏପରି ୧୫ଜଣ ସାମ୍ଵାଦିକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୋଲିସ। ଏ ବାବଦରେ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

 

Comment