ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ବିଜୟା ଦଶମୀ। ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା। ଆଜିର ଦିନରେ ହିଁ ରାମ ରାବଣର ବଦ୍ଧ କରି ବିଜୟ ଲାଭ କରିଥିଲେ। ଏଥିପାଇଁ ଆଜିର ଦିନକୁ ବିଜୟା ଦଶମୀ ରୂପେ ପାଳନ କରାଯାଏ। ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟା ଦଶମୀ।

ଏହି ଅବସରରେ ଗାଁଠାରୁ ସହର ସବୁଠି ଆରାଧନା କରାଯାଉଛି ମା’ ଦୁର୍ଗାଙ୍କୁ। ତନ୍ତ୍ର, ମନ୍ତ୍ର, ଚଣ୍ଡିପାଠ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। ଏହି ଦିନର ଆଉ ଏକ ବିଶେଷତା ହେଉଛି ଏହି ଦିନ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି। ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ।

ରାଜଧାନୀ ଭୁବନେଶ୍ୱର ସମତେ କଟକ, ରାଉରକେଲା, ସମ୍ବଲପୁର ଭଳି ଅନେକ ସ୍ଥାନରେ କରୋନା କଟକଣାରେ ଚିଲିଛି ମା’ଙ୍କ ଅନ୍ତିମ ପୂଜା।

Comment