ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିରେ ଘଟିଲା ଅଘଟଣ। ଗାଧୋଇଲା ବେଳେ ଭାସିଯାଇ ଜଣେ ନିଖୋଜ ରହିଛନ୍ତି। ନିଖୋଜ ଜଣକ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ର ଏବଂ ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ ଅପରେସନ ଜାରି ରଖିଛନ୍ତି।

ସୂଚନା ଅନୁସାରେ ମଙ୍ଗଳବାର ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମିର ବାଥିଂ ଜୋନ୍‌ରେ ପରିବାର ସହ ଗାଧୋଉଥିଲା ବେଳେ ଜଣେ ଯୁବକ ହଠାତ୍ ସମୁଦ୍ର ଭିତରେ ଭାସିଯାଇଥିଲେ। ଏହାପରେ ତାଙ୍କୁ ପରିବାର ଲୋକେ ଆଉ ପାଇନଥିଲେ। ତେବେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବାପାଇଁ ସର୍ଚ ଅପରେସନ ଆରମ୍ଭ କରିଛନ୍ତି।

କିଛିଦିନ ତଳେ ୩୩ଟି ସର୍ତ୍ତକୁ ପୂରଣ କରି ଆନ୍ତର୍ଜାତିକ ବ୍ଲୁ-ଫ୍ଲାଗ୍ ମାନ୍ୟତା ପାଇଥିଲା ପୁରୀ ସ୍ଵର୍ଣ୍ଣିମ ବେଳାଭୂମି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ସୁରକ୍ଷା ଏବଂ ସୁବିଧା ଉବଲବ୍ଧ ଥିବା ଦର୍ଶାଯାଇଛି। ତେବେ ଏହାବାଦ୍ ବି ଆଜି ଏପରି ଜଣେ ପର୍ଯ୍ୟଟକ ଭାସିଯାଇ ନିଖୋଜ ହେବା ବେଳାଭୂମିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comment