ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁରେ ମୁମ୍ବାଇରେ ହୋଇପାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ। ଡ୍ରୋନ୍, ରିମୋଟ୍ କଣ୍ଟ୍ରୋଲ ଏୟାରକ୍ରାଫ୍ଟ କିମ୍ବା ଏରିୟଲ ମିସାଇଲ୍ ମାଧ୍ୟମରେ ମୁମ୍ବାଇ ଉପରକୁ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଏହାପରେ ମୁମ୍ବାଇ ପୋଲିସ ସାରା ସହରରେ ହାଇଆଲର୍ଟ ଜାରି କରିଦେଇଛି।

ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ସହରରେ କଟକଣା ଜାରି କରିଛି ପୋଲିସ। ଏହି ସମୟ ମଧ୍ୟରେ ସହରରେ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଯାଇଛି। ଏଥିସହିତ ଗୋଟିଏ ସ୍ଥାନରେ ବହୁ ଲୋକ ଏକାଠି ହେବାକୁ ମଧ୍ୟ ପୋଲିସ ମନା କରିଛି।ଆତଙ୍କବାଦୀମାନେ ଜନଗହଳିପୂର୍ଣ୍ଣ ଅଞ୍ଚଳ କିମ୍ବା ସାର୍ବଜନୀନ ସ୍ଥାନ ଉପରେ ଆକ୍ରମଣ କରିପାରନ୍ତି। ଏଥିସହ ମାର୍କେଟ ଅଞ୍ଚଳରେ ମଧ୍ୟ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ପୋଲିସର ଆଦେଶକୁ ଅବମାନନା କରେ ତେବେ ତା’ ବିରୋଧରେ ଆଇପିସି ଧାରା ୧୮୮ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି କୁହାଯାଇଛି।

ମିଳିଥିବା ଗୁଇନ୍ଦା ସୂଚନା ମୁତାବକ, ଆତଙ୍କବାଦୀମାନେ ଡ୍ରୋନ୍, ରିମୋଟ କଣ୍ଟ୍ରୋଲ ଏୟାରକ୍ରାଫ୍ଟ ଜରିଆରେ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି। ବିଶେଷକରି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଏମାନେ ଆକ୍ରମଣ କରିପାରନ୍ତି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବା ସହ ସହରରେ ହାଇ ଆଲର୍ଟ ଜାରି କରାଯାଇଛି।

Comment