ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଜ ଦାମ ଶୁଣିଲେ ଲୋକଙ୍କ ଚେତା ହଜି ଯାଉଛି। ଦାମ୍‌ ଏତେ ଯେ ଏବେ ପିଆଜ କିଣି ଖାଇବା ଯେମିତି ସ୍ୱପ୍ନ ଲାଗୁଛି। ଏପରି ସମୟରେ ମହାରାଷ୍ଟ୍ର ପୁଣେର ଏକ ଦୋକାନରୁ ପିଆଜ ଚୋରି କରି ୪ ଜଣ ଗିରଫ ହୋଇଛନ୍ତି।

ସେମାନଙ୍କ ନିକଟରୁ ୫୮ ବସ୍ତା ପିଆଜ ମିଳିଛି। ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ହେବ। ଅକ୍ଟୋବର ୨୧ରେ ଏହି ଘଟଣା ଘଟିଥିବାବେଳେ ୪ ଜଣ ଗିରଫ ହେବା ପରେ ଏହି ଖବର ସାମ୍ନାକୁ ଆସିଛି।

ରିପୋର୍ଟ ଅନୁସାରେ ଏହି ୪ ଜଣ ପିଆଜ ଚୋରି କରିବାକୁ ବିଧିବଦ୍ଧ ଯୋଜନା କରିଥିଲେ। ଯୋଜନା ଅନୁସାରେ ଏମାନେ ୨୦ ତାରିଖ ବିଳମ୍ବିତ ରାତିରେ ଦୋକାନର ସଟର ଭାଙ୍ଗି ଦୋକାନରେ ପଶି ପିଆଜ ଚୋରି କରିନେଇଥିଲେ।

ଏହାପରେ ଦୋକାନୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଣେର ରୁରାଲ ପୋଲିସ ତଦନ୍ତ କରି ଚୋରଙ୍କ ନିକଟରେ ପହଞ୍ଚିଥିଲା।

LEAVE A REPLY

Please enter your comment!
Please enter your name here