ଓଡ଼ିଶାଲାଇଭ୍ ବ୍ୟୁରୋ

ପବିତ୍ର କାର୍ତ୍ତିକ ମାସ ପାଇଁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୈନିକ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ନୀତି ନିୟମ କମିଟିର ନିଷ୍ପତ୍ତି ଅନୁସାରେ ହବିଷ୍ୟ ମାସରେ ଏହି ସବୁ ସମୟ ସ୍ଥିର କରାଯାଇଛି।

କମିଟିର ନିଷ୍ପତ୍ତି ଅନୁଯାୟୀ, ପ୍ରତିଦିନ ଭୋର ୪ଟାରେ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର ଖୋଲିବ। ତା’ପରେ ମଙ୍ଗଳ ଆଳତୀ, ମଇଲମ, ତାଡ଼ପଲାଗି,ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ଵିତୀୟ ଭୋଗ ଓ ସନ୍ଧ୍ୟା ଆଳତୀ ହେବ। ଏଥିସହ ବଡ଼ସିଂହାର ବେଶ ବି ଅନୁଷ୍ଠିତ ହେବ।

ଆସନ୍ତା ନଭେମ୍ବର ୨୫ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ହେବ। ସେହିପରି ନଭେମ୍ବର ୨୬ରେ ବାଙ୍କଚୂଡ଼ା ବେଶ, ନଭେମ୍ବର ୨୭ରେ ନାଗାର୍ଜୁନ ବେଶ ନଭେମ୍ବର ୨୮ରେ ତ୍ରିବିକ୍ରମ ବେଶ, ନଭେମ୍ବର ୨୯ରେ ଲକ୍ଷ୍ମୀ ନୃସିଂହ ବେଶ ଓ  ନଭେମ୍ବର ୩୦ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

Comment