ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ଦ୍ୱି-ପାକ୍ଷିକ ସିରିଜ୍ ପାଇଁ ଦଳ ଘୋଷଣା କରିବା ପରେ ଆଜି ସମ୍ପୂର୍ଣ୍ଣ ଖେଳସୂଚୀ ଘୋଷଣା କରିଛି ବିସିସିଆଇ। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନଭେମ୍ବର ୨୭ରୁ ଜାନୁଆରୀ ୧୯ ଭିତରେ ତିନୋଟି ଟି-୨୦, ତିନୋଟି ଦିନିକିଆ ଓ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବ।

ଏହି ସିରିଜରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁଇ ଦଳ ଭିତରେ ଆଡିଲେଡରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ଦିବାରାତ୍ର ମ୍ୟାଚ୍ ହେବ। ଏହି ମ୍ୟାଚ ପରେ ଦୁଇ ଦଳ ମେଲବୋର୍ଣ୍ଣରେ ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍ ଖେଳିବେ।

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦିନିକିଆ ସିରିଜ୍ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୨ରେ ଶେଷ ହେବ। ସେହିପରି ଟି-୨୦ ସିରିଜ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୮ରେ ଶେଷ ହେବ। ଭାରତ ଅଷ୍ଟ୍ରେଲିଆ ଭିତରେ ହେବାକୁ ଥିବା ଚାରୋଟି ଟେଷ୍ଟ ମ୍ୟାଚ ଡିସେମ୍ବର ୧୭ରୁ ଜାନୁଆରୀ ୧୯ ଭିତରେ ଖେଳାଯିବ।ଭାରତର ଅଷ୍ଟ୍ରେଲିଆ ଗସ୍ତର ଖେଳସୂଚୀ

  • ପ୍ରଥମ ଦିନିକିଆ – ନଭେମ୍ବର ୨୭ – ସିଡନୀ
  • ଦ୍ୱିତୀୟ ଦିନିକିଆ – ନଭେମ୍ବର ୨୯ – ସିଡନୀ
  • ତୃତୀୟ ଦିନିକିଆ- ଡିସେମ୍ବର ୨ –  କାନବେରା
  • ପ୍ରଥମ ଟି-୨୦ – ଡିସେମ୍ବର ୪ – କାନବେରା
  • ଦ୍ୱିତୀୟ ଟି-୨୦– ଡିସେମ୍ବର ୬ – ସିଡନୀ
  • ତୃତୀୟ ଟି-୨୦ –  ଡିସେମ୍ବର ୮ –  ସିଡନୀ
  • ପ୍ରଥମ ଟେଷ୍ଟ – ଡିସେମ୍ବର ୧୭ରୁ – ଡିସେମ୍ବର ୨୧ – ଆଡିଲେଡ୍ (ଦିବାରାତ୍ର)
  • ଦ୍ୱିତୀୟ ଟେଷ୍ଟ –  ଡିସେମ୍ବର ୨୬ରୁ – ଡିସେମ୍ବର ୩୦ –ମେଲବୋର୍ଣ୍ଣ
  • ତୃତୀୟ ଟେଷ୍ଟ- ଜାନୁଆରୀ ୭ରୁ ଜାନୁଆରୀ ୧୧ –ସିଡନୀ
  • ଚତୁର୍ଥ ଟେଷ୍ଟ ମ୍ୟାଚ୍ – ଜାନୁଆରି ୧୫ରୁ – ଜାନୁଆରି ୧୯ – ବ୍ରିସବେନ୍

Comment