ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ବଜାରକୁ ଏକ ନୂଆ ଇଲେକ୍ଟ୍ରିକ୍ ସାଇକେଲ୍ ଆଣିବାକୁ ଯାଉଛି ହାର୍ଲି ଡେଭିଡସନ୍। ଯାହାର ନାଁ ରହିଛି ‘ସିରିଏଲ୍ ୱାନ୍’। ବୁଲେଟ୍ ନିର୍ମାଣ ଜଗତରେ ବେଶ୍ ନାଁ କରିଥିବା ‘ହାର୍ଲି ଡେଭିଡସନ’ର ଏହି ନୂଆ ଇଲେକ୍ଟ୍ରିକ୍ ସାଇକେଲକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ହାର୍ଲି ଡେଭିଡସନର ଏହି ଇଲେକ୍ଟ୍ରିକ୍  ସାଇକେଲ୍ ଦେଖିବାକୁ ଅବିକଳ ଗୋଟିଏ ସାଧାରଣ ସାଇକେଲ ପରି। ହେଲେ ଏହାର ଦୁଇଟି ଚକା ସାମାନ୍ୟ ମୋଟା ରହିଛି। ଯାହାଦ୍ୱାରା ଚାଳକ ଜଣକ ବେଶ୍ ଆରାମରେ ସାଇକେଲ ଚଳାଇପାରିବେ ବୋଲି କୁହାଯାଇଛି। ଏଥିସହ ଏହି ଇଲେକ୍ଟ୍ରିକ୍ ବାଇକକୁ କମ୍ପାନି ଆଗାମୀ ବର୍ଷ ମାର୍ଚ୍ଚ ମାସରେ ବଜାରକୁ ଆଣିପାରେ ବୋଲି ସୂଚନା ମିଳିଛି।ସାଇକେଲର ଫିଚରକୁ ନେଇ କମ୍ପାନି ସେତେ କିଛି ଖୁଲାସା କରିନାହିଁ। ହେଲେ ଏଥିପାଇଁ କମ୍ପାନି ଏକ ସ୍ୱତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରିଛି। ଯେଉଁଥିରେ ଏହି ସାଇକେଲର କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହ ନଭେମ୍ବର ୧୬ ତାରିଖରେ ଏହି ସାଇକେଲର ଫିଚର ନେଇ ଅଧିକ ସୂଚନା ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଗତ କିଛି ଦିନ ଧରି ବୁଲେଟ୍ ନିର୍ମାତା କମ୍ପାନି ହାର୍ଲି ଡେଭିଡସନ୍ ଭାରତ ଛାଡ଼ିବ ବୋଲି ଚର୍ଚ୍ଚା ହେଉଛି। ହେଲେ କମ୍ପାନି ଭାରତୀୟ ବଜାରରେ ହିରୋ କମ୍ପାନି ସହ ମିଶି ନିଜର ବ୍ୟବସାୟ ଜାରି ରଖିବ ବୋଲି ସୂଚନା ଦେଇଛି।

Comment