ଓଡ଼ିଶାଲାଇଭ୍ ବ୍ୟୁରୋ

ଏବର୍ଷ କାର୍ତ୍ତିକରେ ପୁରୀ ଆସିପାରିବେନି ହବିଷ୍ୟାଳୀ। କରୋନା ପାଇଁ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପୁରୀ ଆସିବା ଉପରେ ଜିଲ୍ଲାପ୍ରଶାସନ କଟକଣା ଲଗାଇଛି। ଏଥିସହ ଯେତେ ସମ୍ଭବ ଘରୁ ନବାହାରିବାକୁ ସେମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। ଗୁରୁବାର ଜିଲ୍ଲାପ୍ରଶାସନର ଏହି ନିଷ୍ପତ୍ତି ବାବଦରେ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

କରୋନା ପାଇଁ କାର୍ତ୍ତିକରେ ଏଥର ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ଏଣୁ ପୁରୀକୁ ଏବର୍ଷ କୌଣସି ହବିଷ୍ୟାଳୀ ନଆସିବାକୁ ଜିଲ୍ଲାପ୍ରଶାସନ ଅନୁରୋଧ କରିଛି। ଏଥିସହ ଘରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ପରାମର୍ଶ ମଧ୍ୟ ଦେଇଛି।

ଅପରପକ୍ଷେ କାର୍ତ୍ତିକରେ ସମସ୍ତ ଭକ୍ତ କିପରି ମହାପ୍ରସାଦ ପାଇପାରିବେ ସେ ବାବଦରେ ଜିଲ୍ଲାପ୍ରଶାସନ ତତ୍ତ୍ଵାବଧାନରେ ଏକ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପୁରୀକୁ ହଜାର ହଜାର ହବିଷ୍ୟାଳୀ ବ୍ରତ ପାଳିବାକୁ ଆସିଥାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବା, ଖାଇବା ପାଇଁ ଶିବିରମାନର ମଧ୍ୟ ବ୍ୟବସ୍ଥା ହୋଇଥାଏ। କିନ୍ତୁ କରୋନା ପାଇଁ ଏଥର କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ଆସିବା ଉପରେ ପ୍ରଶାସନ କଟକଣା ଲଗାଇଛି।

Comment