ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଣିକି ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାରରେ ଛାମୁଣ୍ଡିଆ କରି ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇ ଦିଆଯିବ। ସେହିପରି ବୋଝିଆ ଜରିଆରେ ହବିଷ୍ୟାଳୀମାନଙ୍କ ପାଖରେ ମହାପ୍ରସାଦ ପହଞ୍ଚାଯିବ। ଏଥିପାଇଁ ଟେଲିଫୋନ ନମ୍ଵର ଜାରି କରାଯିବ। ଶୁକ୍ରବାର ସୁଆର ମହାସୁଆର ନିଯୋଗ କମିଟି ପକ୍ଷରୁ ଏ ବାବଦରେ ସୂଚନା ମିଳିଛି।

ଦିନକ ପରେ ଆରମ୍ଭ ହେବ ପବିତ୍ର କାର୍ତ୍ତିକ ମାସ। କାର୍ତ୍ତିକରେ ହବିଷ୍ୟାଳୀ ଏବଂ ଭକ୍ତମାନେ କିପରି ମହାପ୍ରସାଦ ପାଇପାରିବେ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ବ୍ୟବସ୍ଥା ଅନୁସାରେ ମନ୍ଦିରର ଉତ୍ତର ଏବଂ ଦକ୍ଷିଣ ଦ୍ଵାରରେ ଛାମୁଣ୍ଡିଆ କରାଯାଇ ମହାପ୍ରସାଦ ବିକ୍ରି କରାଯିବ। ସେହିପରି ହବିଷ୍ୟାଳୀମାନଙ୍କ ପାଖରେ ମହାପ୍ରସାଦ ପହଞ୍ଚାଇବା ପାଇଁ ବୋଝିଆ ବ୍ୟବସ୍ଥା କରାଯିବ। ହବିଷ୍ୟାଳୀମାନେ ଯେଉଁଠି ଥିବେ ବୋଝିଆ ମାଧ୍ୟମରେ ତାଙ୍କ ପାଖକୁ ମହାପ୍ରସାଦ ପଠାଯିବ।

ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଟେଲିଫୋନ ନମ୍ଵର ଜାରି କରାଯିବ। ଏହି ନମ୍ଵରକୁ ଯୋଗାଯୋଗ କରି ଶ୍ରଦ୍ଧାଳୁମାନେ ମହାପ୍ରସାଦ ଅର୍ଡର କରିପାରିବେ। ଶୁକ୍ରବାର ସୁଆର ମହାସୁଆର ନିଯୋଗ ପକ୍ଷରୁ ଏ  ବାବଦରେ ସୂଚନା ମିଳିଛି।

Comment