ଓଡ଼ିଶାଲାଇଭ୍ ବ୍ୟୁରୋ

ଅନଲକ୍-୬.୦କୁ ନେଇ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। 

  • ଆସନ୍ତା ନଭେମ୍ବର ୧୬ରେ ସ୍କୁଲ ଖୋଲିବ।
  • କେବଳ ନବମରୁ ଦ୍ଵାଦଶ ଶ୍ରେଣୀର ପିଲା ସ୍କୁଲ ଯିବେ।
  • ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ।
  • ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ପାଇଁ ନୂଆ ଏସ୍‌ଓପି ଜାରି କରିବ।

  • କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍ କଟକଣା ବଳବତ୍ତର ରହିବ।
  • କଣ୍ଟେନମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ।
  • ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନର ଅବରୋଧ ଅଞ୍ଚଳ ଚିହ୍ନଟ କରିବେ।
  • ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରହିବ।
  • ନଭେମ୍ବର ୧୫ ଯାଏଁ ଏଣ୍ଟରଟେନ୍‌ମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ ବନ୍ଦ ରହିବ।

CINEMA HALL

  • ନଭେମ୍ବର ୧୬ରେ ସିନେମା ହଲ୍, ସୁଇମିଂ ପୁଲ୍ ଆଦି ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ।
  • ବଡ଼ ଧରଣର ସାମାଜିକ, ରାଜନୈତିକ, କ୍ରୀଡ଼ା ସମାବେଶ ହୋଇପାରିବ ନାହିଁ।
  • ବାହାଘର ଉତ୍ସବରେ ସର୍ବାଧିକ ୨୦୦ ଲୋକ ସାମିଲ ହୋଇପାରିବେ।
  • ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଲୋକ ଉପସ୍ଥିତ ରହିବେ।
  • ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।

  • ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲିପାରିବ।
  • ପ୍ରଶାସନର ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ।
  • କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ।
  • ମାସ୍କ, ସାମାଜିକ ଦୂରତା, ଆରୋଗ୍ୟ ସେତୁ ଆପ୍ ଆଦି ବ୍ୟବହାର କରିବାକୁ ପରାମର୍ଶ।

Comment