ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର। ମନ୍ଦିର ବନ୍ଦ ଥିବାରୁ ଭଗବାନଙ୍କ ଦର୍ଶନ କାରପାରିନାହାନ୍ତି ଭକ୍ତ। ସେହିପରି ଶ୍ରୀମନ୍ଦିରରେ ପ୍ରବେଶ ମନା ଥିବାରୁ ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି।  ସିଂହଦ୍ୱାରରୁ ଭକ୍ତ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି।

ପ୍ରତିବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପୁରୀକୁ ହଜାର ହଜାର ହବିଷ୍ୟାଳୀ ବ୍ରତ ପାଳିବାକୁ ଆସିଥାନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବା, ଖାଇବା ପାଇଁ ଶିବିରମାନର ମଧ୍ୟ ବ୍ୟବସ୍ଥା ହୋଇଥାଏ। କିନ୍ତୁ କରୋନା ପାଇଁ ଏଥର କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ଆସିବା ଉପରେ ପ୍ରଶାସନ କଟକଣା ଲଗାଇଛି।

ଅପରପକ୍ଷେ କାର୍ତ୍ତିକରେ ସମସ୍ତ ଭକ୍ତ କିପରି ମହାପ୍ରସାଦ ପାଇପାରିବେ ସେ ବାବଦରେ ଜିଲ୍ଲାପ୍ରଶାସନ ତତ୍ତ୍ଵାବଧାନରେ ଏକ ବୈଠକ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Comment