ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର ବେଧଡକ ଚାଲିଛି। କରୋନା ଓ ଲକଡାଉନ ଯୋଗୁଁ ପ୍ଲାଷ୍ଟିକ ଓ ଜରିର ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂରା ବନ୍ଦ ହୋଇଯାଇଛି।

ଭୁବନେଶ୍ୱର ମହାନଗର ନିଗମର ତଥ୍ୟ ଅନୁସାରେ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ଏକକ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଇନଥିଲା। ଏହାପୂର୍ବରୁ ଫେବ୍ରୁଆରୀ ମାସରେ ଯାହା ୧୫ ଲକ୍ଷ ଟଙ୍କା ଜରିମାନା ବିଏମସି ପକ୍ଷରୁ ଆଦାୟ କରାଯାଇଥିଲା।

ଅନ୍ୟପଟେ କର୍ମଚାରୀ ନଥିବାରୁ ଓ ସମସ୍ତେ କରୋନା ପରିଚାଳନାରେ ଲାଗିଥିବାରୁ ପ୍ଲାଷ୍ଟିକ ବ୍ୟବହାର ବିରୋଧୀ ଅଭିଯାନ ବନ୍ଦ ଥିଲା ବୋଲି କହିଛନ୍ତି ଜଣେ ବିଏମସି ଅଧିକାରୀ। ଏପର୍ଯ୍ୟନ୍ତ ବିଏମସି କର୍ମଚାରୀ କରୋନା କାମରେ ଲାଗିଥିବାରୁ ପ୍ଲାଷ୍ଟିକ ବ୍ୟବହାର ବିରୋଧୀ ଅଭିଯାନ କେବେ ଆରମ୍ଭ ହେବ ତାହା କହିବା କଷ୍ଟ ବୋଲି ଅଧିକାରୀ ଜଣକ କହିଛନ୍ତି।

ଓଡ଼ିଶା ସରକାର ସମେତ ସମଗ୍ର ରାଜ୍ୟରେ ଏକକ ବା ସିଙ୍ଗଲ ପ୍ଲାଷ୍ଟିକ ବ୍ୟବହାରକୁ ୨୦୧୮ ମସିହାରୁ ନିଷିଦ୍ଧ କରିଥିଲେ।

Comment