ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରରେ ଲକଡାଉନ୍ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସମସ୍ତ ସିନେମା ହଲ୍, ସୁଇମିଂ ପୁଲ୍, ଥିଏଟର ଆଦି ଖୋଲିପାରିବ ବୋଲି ମହାରାଷ୍ଟ୍ର ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।

ତେବେ ସିନେମା ହଲ୍, ଥିଏଟର ଆଦିରେ ଅଧା ଦର୍ଶକଙ୍କୁ ନେଇ ଖୋଲିବ। ଏହାସହ ସେଠାରେ କୋଭିଡ୍ ଗାଇଡଲାଇନ୍ ମୁତାବକ ସମସ୍ତ ନିୟମ ପାଳନ ହେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।ଏହାପୂର୍ବରୁ କେନ୍ଦ୍ର ସରକାର ନିଜର ଅନଲକ୍ ଗାଇଡଲାଇନରେ ସିନେମା ହଲ୍, ସୁଇମିଂ ପୁଲ୍ ଓ ମନୋରଞ୍ଜନ ପାର୍କ ଆଦି ଖୋଲିବାକୁ ଅନୁମତି ଦେଇଥିଲେ। ଅକ୍ଟୋବର ୧୫ରୁ ସାରା ଦେଶରେ ଏହି ସବୁ ଅନୁଷ୍ଠାନ କୋଭିଡ୍ ଗାଇଡଲାଇନକୁ ପାଳନ କରି ଖୋଲିପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଥିଲା। ହେଲେ ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ବଢୁଥିବାରୁ ସିନେମା ହଲ୍ ଖୋଲିବାକୁ ମନା କରାଯାଇଥିଲା।

ଏହାପରେ ଆଜି ମହାରାଷ୍ଟ୍ର ସରକାର ସିନେମା ହଲ, ଥିଏଟର ଆଦି ଖୋଲିବାକୁ ଅନୁମତି ଦେଇଛନ୍ତି। ନଭେମ୍ବର ୫ ତାରିଖରୁ ମହାରାଷ୍ଟ୍ରରେ ଅଧା ଦର୍ଶକଙ୍କୁ ନେଇ ଏହି ସବୁ ଅନୁଷ୍ଠାନ ଖୋଲିପାରିବ।

Comment