ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଦୀପାବଳି ପାଇଁ ପ୍ରସ୍ତୁତ ହେବା ସମୟରେ କତୋଟି ଦିଗ ପ୍ରତି ଧ୍ୟାନ ଦେବା ଦରକାର। ଏହାଦ୍ଵାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ…

ଧନତେରସ୍ ପୂର୍ବରୁ ଘର ସଫା କରନ୍ତୁ

ଦୀପାବଳି ପର୍ବ ଧନତେରସ୍‌ଠାରୁ ଆରମ୍ଭ ହୁଏ। ତେଣୁ ଧନତେରସ୍ ପୂର୍ବରୁ ହିଁ ଘରକୁ ଭଲ ଭାବେ ସଫା କରିଦିଅନ୍ତୁ। ଏଥିସହ ଘର ସାଜସଜ୍ଜା, ରଙ୍ଗ କରିବା ଆଦି କାମ ମଧ୍ୟ ଧନତେରସ୍ ପୂର୍ବରୁ କରନ୍ତୁ।

ପୁରୁଣା ଜିନିଷ ଫିଙ୍ଗିଦିଅନ୍ତୁ

ଘରେ ବ୍ୟବହାର ହେଉନଥିବା ପୁରୁଣା ପୋଷାକ, ଜୋତା ଆଦିକୁ ବାହାର କରିଦିଅନ୍ତୁ। ଘରର ମୁଖ୍ୟ ଦ୍ଵାର ପାଖରେ ମଧ୍ୟ ଏପରି ଜିନିଷ ରଖନ୍ତୁ ନାହିଁ।ମୁଖ୍ୟ ଦ୍ଵାର ଅନ୍ଧାର କରନ୍ତୁନି

ଘରର ମୁଖ୍ୟ ଦ୍ଵାରକୁ କେବେ ଅନ୍ଧାର କରନ୍ତୁ ନାହିଁ। ଏହି ସ୍ଥାନରେ ଦୀପ ଜଳାଇବା ଦ୍ଵାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ତେଣୁ ଦୀପାବଳି ପୂର୍ବରୁ ଓ ପରେ ଘରର ମୁଖ୍ୟ ଦ୍ଵାରରେ ଦୀପ ଜାଳନ୍ତୁ।

ପୁରୁଣା ଠାକୁର ମୂର୍ତ୍ତି ବିସର୍ଜନ କରିଦିଅନ୍ତୁ

ଠାକୁର ଘରେ ଥିବା ପୁରୁଣା ଅଥବା ଭଙ୍ଗା ମୂର୍ତ୍ତି, ଫଟୋ ଆଦିକୁ ପାଣିରେ ବିସର୍ଜନ କରିଦିଅନ୍ତୁ। କଦାପି ଏପରି ମୂର୍ତ୍ତି ବା ଫଟୋ ଘରେ ରଖନ୍ତୁ ନାହିଁ। ତେବେ ଭାଇ ଦୁଜ୍ ପରେ ଏଗୁଡ଼ିକୁ ବିସର୍ଜନ କରନ୍ତୁ।ଦୀପ ଜଳାଇ ଉପାସନା କରନ୍ତୁ

ଯଦି ପୂଜା ସ୍ଥାନରେ କୌଣସି ମୂର୍ତ୍ତି କିମ୍ବା ଫଟୋ ନାହିଁ ତେବେ ଆପଣ ସେଠାରେ ଦୀପ ଜଳାଇ ଈଶ୍ଵରଙ୍କୁ ଉପାସନା କରନ୍ତୁ।

ନୂଆ ମୂର୍ତ୍ତିକୁ ଦୀପାବଳି ପରେ ପୂଜା କରନ୍ତୁ

ଯଦି ଆପଣ ଦୀପାବଳି ସମୟରେ ନୂଆ ମୂର୍ତ୍ତି ବା ପୂଜା ଜିନିଷ କିଣୁଛନ୍ତି ତେବେ ତାକୁ ପୂଜା ସ୍ଥାନରେ ରଖନ୍ତୁ। କିନ୍ତୁ ଦୀପାବଳି ପୂଜା ପରେ ତାହାକୁ ବ୍ୟବହାର କରନ୍ତୁ।ଦୀପାବଳି ପୂର୍ବରୁ ଉପହାର ଦିଅନ୍ତୁ

ଯଦି ଦୀପାବଳି ଅବସରରେ ଆପଣ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଦୀପାବଳି ପୂର୍ବରୁ ଦିଅନ୍ତୁ। ଦୀପାବଳିରେ କାହାକୁ ଉପହାର କିମ୍ବା ଟଙ୍କା ଦିଅନ୍ତୁ ନାହିଁ।

ଉପରୋକ୍ତ କଥା ଧ୍ୟାନରେ ରଖିବା ସହ ଆଉ କିଛି ଦିଗ ପ୍ରତି ଅବଶ୍ୟ ଦୃଷ୍ଟି ଦିଅନ୍ତୁ। ଯଦି ଆପଣ ଦୀପାବଳି ପାଇଁ ନୂଆ ବସ୍ତ୍ର କିଣିଛନ୍ତି ତେବେ ତାକୁ ପିନ୍ଧି ପୂଜା କରନ୍ତୁ। ତେବେ ସେହି ବସ୍ତ୍ରର ରଙ୍ଗ ନୀଳ, କଳା କିମ୍ବା ଧୂସର ନ ହୋଇଥିବା ଦରକାର। ସେହିପରି ଯଦି ଦୀପାବଳି ପାଇଁ ଘର ସଫାସୁତୁରା କରିବାକୁ କାହାକୁ କାମରେ ଲଗାଇଛନ୍ତି ତେବେ ତାଙ୍କୁ କିଛି ଟଙ୍କା ନିଶ୍ଚିତ ଦିଅନ୍ତୁ।

Comment