ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନୁଆଗଡ଼ ପଞ୍ଚାୟତରେ ସୋମବାର ଏକ ନୂତନ ଆଧାର ସଂଶୋଧନ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଜିଲ୍ଲା କମନ ସର୍ଭିସ ସେଣ୍ଟରର ମୁଖ୍ୟ ସୁନିଲ୍ କୁମାର ସାହୁ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ଆଧାର କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ସେଠାରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ମହାମାରୀ କରୋନାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହାପରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା।

ଏହି ଉଦ୍‌ଘାଟନି ଉତ୍ସବରେ ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ପୂର୍ବତନ ଶିକ୍ଷକ ହାଡିବନ୍ଧୁ ବିଶ୍ଵାଳ, ଜନସେବା କେନ୍ଦ୍ର ପରିଚାଳକ ସୁକାନ୍ତି ସ୍ଵାଇଁ, ଆଦିତ୍ୟ ବିଶ୍ଵାଳ, ରତ୍ନାକର ପ୍ରଧାନ, ସୁଦିପ୍ତ ବିଶ୍ଵାଳ, ମିଥୁନ ଭୋଇ, ଚନ୍ଦନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Comment