ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୁ ପରମ୍ପରା ଅନୁଯାୟୀ ଦୀପାବଳି ୫ ଦିନ ପାଳନ କରାଯାଏ। ଏହି ପାରମ୍ପରିକ ପର୍ବର ବିଭିନ୍ନ ପ୍ରକାର ମହତ୍ତ୍ୱ ରହିଛି।

ଦୀପାବଳିର ଗୋଟିଏ ଦିନ ପୂର୍ବରୁ ‘ଧନତେରସ୍’ ପାଳିତ ହୋଇଥାଏ। ହିନ୍ଦୁ ପାଞ୍ଜି ଅନୁଯାୟୀ ଏହି ଦିନଟିକୁ ନୂତନ ଆର୍ଥିକ ବର୍ଷର ପ୍ରାରମ୍ଭ ବୋଲି ଗଣନା କରାଯାଏ। ଏହିଦିନ ସୁନା କିଣିବା ଶୁଭ ବୋଲି ବିଶ୍ୱାସ ରହିଛି। ସୁନା ଗହଣା ତଥା ସୁନା ମୁଦ୍ରା କିଣି ମା’ଲକ୍ଷ୍ମୀଙ୍କ ପାଖରେ ପୂଜା କରାଯାଏ। ମାର୍‌ଓ୍ୱାଡି, ଗୁଜୁରାଟି ସମ୍ପ୍ରଦାୟ ପାଇଁ ଧନତେରସ୍‌ ଏକ ମୁଖ୍ୟ ପର୍ବ।

ଦ୍ୱିତୀୟ ଦିନଟିକୁ ନରକ ଚତୁର୍ଦ୍ଦଶୀ ପାଳନ କରାଯାଏ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଦାନବ ରାଜା ନରକ ଉପରେ ବିଜୟ ହାସଲ କରିଥିବା ବିଶ୍ୱାସ ରହିଛି।

ତୃତୀୟ ଦିନ ଲକ୍ଷ୍ମୀ ପୂଜା ଭାବେ ପାଳନ କରାଯାଏ। ଏହି ଦିନଟିର ଆଉ ଏକ ବିଶେଷତ୍ୱ ବି ରହିଛି। ଏହିଦିନ ସମୁଦ୍ର ମନ୍ଥନରେ ମା’ ଲକ୍ଷ୍ମୀଙ୍କର ଜନ୍ମ ହୋଇଥିବା କୁହାଯାଏ।

ଚତୁର୍ଥ ଦିନ ଗୋବର୍ଦ୍ଧନ ପୂଜା ହୁଏ। ଗୋବର୍ଦ୍ଧନ ପୂଜାର ଦୁଇଟି ବିଶେଷତ୍ୱ ରହିଛି। ବୃନ୍ଦାବନବାସୀଙ୍କୁ ଭାରି ବର୍ଷା ପ୍ରକୋପରୁ ବଞ୍ଚାଇବା ପାଇଁ ଶ୍ରୀକୃଷ୍ଣ ଗୋବର୍ଦ୍ଧନ ପର୍ବତକୁ ଉଠାଇ ଧରିଥିଲେ। ଏହାକୁ ଭଗବାନ ଇନ୍ଦ୍ରଙ୍କ ଉପରେ ଶ୍ରୀକୃଷ୍ଣଙ୍କ ବିଜୟ ବୋଲି କୁହାଯାଏ। ତେଣୁ କରି ଗୋବର୍ଦ୍ଧନ ପୂଜା କରାଯାଏ।

ପଞ୍ଚମ ଦିନଟି ହେଲା ‘ଭାଇଧୁଜ୍‌’ ପର୍ବ। ଏହା ଭାଇ-ଭଉଣୀଙ୍କର ରାକ୍ଷୀ ପର୍ବ ଭଳି ଏକପ୍ରକାର ପର୍ବ। ଭାଇର ଲମ୍ବା ଜୀବନ କାମନା କରି ଭଉଣୀମାନେ ଏହି ପର୍ବ ପାଳନ୍ତି। ଭାଇକୁ ତିଳକ ଲଗାଇ ଆଳତୀ କରନ୍ତି। ଭାଇମାନେ ଭଉଣୀମାନଙ୍କୁ କିଛି ନା କିଛି ଉପହାର ଦିଅନ୍ତି। ମୁଖ୍ୟତଃ ବିହାର, ହରିଆଣାରେ ଏହି ପର୍ବକୁ ଜାକଜମକରେ ପାଳନ

Comment