ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଯାଉଛି ରୁଷ। ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ରୁଷର ସବୁଠୁ ବଡ଼ ଚାନେଲ ‘ବନ’ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି।

୨୦୨୧ରୁ ମହାକାଶରେ ଏହି ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ନେଇ ଚାନେଲ ଏହା ଉପରେ କାମ ଆରମ୍ଭ କରିଛି। ଫିଲ୍ମର ଟାଇଟଲ ‘ଚାଲେଞ୍ଜ୍‌’ ରଖାଯାଇଛି। ଏହାର କାହାଣୀ ମଧ୍ୟ ମହାକାଶକୁ ନେଇ ଲେଖାଯାଇଛି।

ତେବେ ଏବେ ଏହି ଫିଲ୍ମ ପାଇଁ ହିରୋଇନ ଖୋଜା ଚାଲିଥିବା ଜଣାପଡ଼ିଛି। ଏଥିପାଇଁ ହିରୋଇନଙ୍କ ଯୋଗ୍ୟତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଏନେଇ ଫିଲ୍ମ ନିର୍ମାତାଙ୍କ ତରଫରୁ ଏକ ଓ୍ୱେବସାଇଟ ଖୋଲାଯାଇଥିବା ସୂଚନା ମିଳିଛି।କାରଣ ଏହି ଫିଲ୍ମରେ ଯିଏ ହିରୋଇନ ହେବେ ତାଙ୍କୁ ମହାକାଶକୁ ଯାଇ ସୁଟିଂ କରିବାକୁ ପଡ଼ିବ। ତେଣୁ ନିର୍ମାତା କୌଣସି ପ୍ରକାର ରିସ୍କ ନନେଇ ଠିକ୍‌ ଯୋଗ୍ୟତା ଥିବା ହିରୋଇନଙ୍କୁ ଫିଲ୍ମରେ ନେବାକୁ ଚାହୁଁଛନ୍ତି।

ମହାକାଶରେ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ରୁଷ ପ୍ରଥମ ଦେଶ ନୁହେଁ। ଏହାପୂର୍ବରୁ ଆମେରିକାକୁ ମଧ୍ୟ ମହାକାଶରେ ଫିଲ୍ମ ସୁଟିଂ କରିବାକୁ ଅନୁମତି ମିଳିଛି। ହଲିଉଡ଼ର ଆକ୍ସନ୍ ହିରୋ ଟମ୍ କୃଜ୍ ମହାକାଶରେ ଏକ ଫିଲ୍ମ ସୁଟିଂ କରିବେ।

LEAVE A REPLY

Please enter your comment!
Please enter your name here