ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବାଦ ପୁରୁଷ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବ ରୁଷ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ରୁଷର ବିଜୟକୁ ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁବାବୁଙ୍କୁ ସମ୍ମାନିତ କରାଯିବ। ଏନେଇ ଦିଲ୍ଲୀସ୍ଥିତ ରୁଷ ଦୂତାବାସରେ ହେବାକୁ ଥିବା ‘ଭିକ୍ଟ୍ରି-ଡେ’ ବା ‘ବିଜୟ ଦିବସ’ କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଜର୍ମାନୀ ବିପକ୍ଷରେ ଲଢୁଥିବା ତତ୍କାଳୀନ ସୋଭିଏତ୍ ୟୁନିୟନର ସହାୟତା କରିଥିଲେ ବିଜୁ ପଟ୍ଟନାୟକ। ସୋଭିଏତ୍ ୟୁନିୟନର ରେଡ ଆର୍ମିକୁ ସହଯୋଗ କରିବା ପାଇଁ ଇଣ୍ଡିଆନ ନ୍ୟାସନାଲ ଏୟାରୱେଜରେ ପାଇଲଟ ଭାବେ କାର୍ଯ୍ୟରତ ଥିବା ବିଜୁବାବୁଙ୍କୁ ଗୁରୁଦାୟିତ୍ଵ ମିଳିଥିଲା। ଷ୍ଟାଲିନଗ୍ରାଡରେ ବିମାନ ଅବତରଣ କରି ରେଡ ଆର୍ମିକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲେ ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ପଟ୍ଟନାୟକ।
ଏହି ଅବଦାନ ପାଇଁ ବିଜୁବାବୁଙ୍କୁ ସମ୍ମାନିତ କରାଯିବ। ଏହା ପୂର୍ବରୁ ୧୯୯୫ ମସିହାରେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ‘ଜୁବୁଲି ମେଡାଲ’ ପ୍ରଦାନ କରିଥିଲେ ରୁଷ ସରକାର। ବିଜୁବାବୁଙ୍କ ଦେହାନ୍ତ ସମୟରେ ରୁଷର ଜାତୀୟ ପତାକା ମଧ୍ୟ ତାଙ୍କ ପ୍ରାର୍ଥିବ ଶରୀରରେ ଘୋଡ଼ାଯାଇଥିଲା।
Tags: #BijuPatnaik #BJD #bijujantadal #bhumiputra #russia #victoryday