ଓଡ଼ିଶାଲାଇଭ୍ ବ୍ୟୁରୋ

ଏବର୍ଷ ବିନ୍ଦୁସାଗର ଏବଂ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେ ପିତୃ ପୁରୁଷଙ୍କ ପାଇଁ ପିଣ୍ଡଦାନ କରିବା ଉପରେ ରୋକ୍ ଲଗାଯାଇଛି। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଏ ବାବଦରେ ବିଏମ୍‌ସି ଟୁଇଟ୍ ଯୋଗେ ଏକ ନିର୍ଦ୍ଦେଶନାମା ଜାରି କରିଛି।

ରାଜ୍ୟରେ ବର୍ତ୍ତମାନ କରୋନା ଗ୍ରାଫ୍ ହ୍ରାସ ପାଇଥିଲେ ମଧ୍ୟ ସଂକ୍ରମଣର ଭୟ ସପୂର୍ଣ୍ଣ କମିନାହିଁ। ତେଣୁ ଗୋଟିଏ ସ୍ଥାନରେ ଲୋକମାନେ ଏକତ୍ରୀତ ହେବା ଉପରେ ସରକାର କଟକଣା ଲଗାଇଛନ୍ତି। ଦୀପାବଳିରେ ପିଣ୍ଡଦାନ ବେଳେ ଲୋକମାନଙ୍କ ଏକତ୍ରୀତ ହେଲେ କରୋନା ସଂକ୍ରମଣ ଅଧିକ ହୋଇପାରେ। ତେଣୁ ବିନ୍ଦୁସାଗର ଏବଂ ଲିଙ୍ଗରାଜ ସିଂହଦ୍ଵାରରେ ପିଣ୍ଡଦାନ କରିବା ଉପରେ ଭୁବନେଶ୍ଵର ମହାନଗର ନିଗମ ରୋକ୍ ଲଗାଇଛି।

ପ୍ରତିବର୍ଷ ଦୀପାବଳିରେ ପିତୃ ପୁରୁଷଙ୍କ ସ୍ମରଣରେ ପୟା ଶ୍ରାଦ୍ଧ ଦିଆଯାଇଥାଏ। ଏଥିପାଇଁ ଭୁବନେଶ୍ଵରର ବିନ୍ଦୁସାଗର ଏବଂ ଲିଙ୍ଗରାଜ ମନ୍ଦିର ସିଂହଦ୍ଵାରରେଅଧିକ ଭିଡ଼ ହୋଇଥାଏ।

LEAVE A REPLY

Please enter your comment!
Please enter your name here