ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରରେ ଶର୍କରା ସ୍ତର ବଢ଼ିଲେ ମଧୁମେହ ବା ଡାଇବେଟିସ୍ ହେବା ଆଶଙ୍କା ଅଧିକ ହୋଇଥାଏ ଏହି ସମସ୍ତ ପନିପରିବା ଖାଇଲେ ଡାଇବେଟିସକୁ ନିୟନ୍ତ୍ରଣ କରିହେବ

ଆଜି ବିଶ୍ଵ ମଧୁମେହ ଦିବସ। ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ।

କେଉଁ ଖାଦ୍ୟ ଖାଇଲେ ଡାଇବେଟିସକୁ ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା

ସବୁଜ ପନିପରିବା

ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରର ଶର୍କରା ସ୍ତର ନିୟନ୍ତ୍ରଣରେ ଥାଏ। ତେବେ ବ୍ରୋକୋଲି, ବନ୍ଧାକୋବି ଆଦି ଖାଦ୍ୟ ଖାଆନ୍ତୁ। ଏପରି ଖାଦ୍ୟରେ ଅଧିକ ମାତ୍ରାରେ ଫାଇବର ଏବଂ ଭିଟାମିନ୍ ଥାଏ, ଯାହାକୁ ଖାଇଲେ ରୋଗ ନ ବଢ଼ି ନିୟନ୍ତ୍ରଣରେ ରହେ।

ସାରୁ

ସାରୁରେ ପୋଟାସିୟମ୍, ଭିଟାମିନ୍-ଏ, ଭିଟାମିନ୍ ସି, କ୍ୟାଲ୍ସିୟମ୍ ଓ ଫାଇବର୍ ଆଦି ରହିଥାଏ ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରର ଶର୍କରା ମାତ୍ରାକୁ ନିୟନ୍ତ୍ରଣ କରିଥାଏ।ରସୁଣ

ରସୁଣ ଆମ ଖାଦ୍ୟ ପ୍ରସ୍ତୁତିରେ ଏକ ଉପଯୋଗୀ ପରିବା। ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ଡାଇବେଟିସ୍ ରୋଗୀ ସକାଳୁ ପ୍ରତିଦିନ ଖାଲି ପେଟରେ ୨-୩ ପାଖୁଡ଼ା ରସୁଣ ଖାଇଲେ ଶରୀରକୁ ଅନେକ ସୁଫଳ ମିଳିଥାଏ।ଗାଜର

ଶରୀରର ଇନସୁଲିନକୁ ନିୟନ୍ତ୍ରଣରେ ରଖିବା ପାଇଁ ଗାଜରର ଭୂମିକାକୁ ଅସ୍ୱୀକାର କରିହେବନାହିଁ। ଏଥିରେ ବିଟା କ୍ୟାରେଟିନ୍ ଥାଏ, ଯାହା ଇନସୁଲିନକୁ ନିୟନ୍ତ୍ରିତ କରିଥାଏ। ଗାଜରକୁ ସାଲାଡ଼ କିମ୍ବା ତରକାରୀରେ ପକାଇ ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଫଳପ୍ରଦ।କାକୁଡ଼ି

କାକୁଡ଼ିରେ ଭିଟାମିନ ଓ ପୋଟାସିୟମ୍ ଆଦି ତତ୍ତ୍ୱ ମିଳିଥାଏ। ଏହା ଡାଇବେଟିସ୍ ପାଇଁ ଔଷଧ ରୂପେ କାମ କରିଥାଏ।

Comment