ଓଡ଼ିଶାଲାଇଭ୍ ବ୍ୟୁରୋ

ସିଏସକେ ଆଇପିଏଲ୍ ନିଲାମ ପ୍ରକ୍ରିୟାକୁ ଧୋନୀଙ୍କୁ ଛାଡ଼ିଦେବା ଉଚିତ୍ ବୋଲି କହିଛନ୍ତି ଆକାଶ ଚୋପ୍ରା।

୨୦୨୧ ଆଇପିଏଲ୍ ପାଇଁ ଯଦି ବଡ଼ ଧରଣର ଖେଳାଳି ନିଲାମ ହୁଏ, ତେବେ ସିଏସକେ ଧୋନୀଙ୍କୁ ନିଲାମ ପାଇଁ ଛାଡ଼ି ଦେବା ଉଚିତ୍। ଏହା ବଦଳରେ ସିଏସକୁ ୧୫ କୋଟି ଟଙ୍କା ମିଳିବ। ଯାହାକୁ ଦଳ ଅନ୍ୟ ଖେଳାଳିଙ୍କ ପାଇଁ ବ୍ୟବହାର କରିପାରିବ ବୋଲି କହିଛନ୍ତି ପୂର୍ବ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା।

ଫେସବୁକ୍ ଲାଇଭରେ ଯୋଡ଼ି ହୋଇ ଆକାଶ କହିଛନ୍ତି ଯେ, ନିଲାମ ପ୍ରକ୍ରିୟାକୁ ଧୋନୀଙ୍କୁ ଛାଡ଼ିଦେବା ଉଚିତ୍। ଏହା ବଦଳରେ ସିଏସକେକୁ ୧୫ କୋଟି ଟଙ୍କା ଅଧିକ ମିଳିବ। ଯାହାକୁ ଦଳ ଅନ୍ୟ ଖେଳାଳିଙ୍କ ପାଇଁ ଖର୍ଚ୍ଚ କରିପାରିବ।ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧୋନୀଙ୍କୁ ନିଲାମ ପ୍ରକ୍ରିୟାରେ ସିଏସକେ ‘ରିଟେନ୍’ ଅର୍ଥାତ ନିଜ ଟିମକୁ ଫେରାଇ ମଧ୍ୟ ଆଣିପାରିବ। ଏହାଦ୍ୱାରା ସିଏସକେ ନିଲାମ ପ୍ରକ୍ରିୟାରେ ଲାଭରେ ରହିବ ବୋଲି ସେ କହିଛନ୍ତି।

ପୂର୍ବରୁ ଧୋନୀଙ୍କୁ ଖେଳାଳି ନିଲାମ ପକ୍ରିୟାରେ ସାମିଲ କରାଯାଉନଥିଲା। ସିଏସକେ ତାଙ୍କୁ ରିଟେନ୍ ଖେଳାଳି ତାଲିକାରେ ରଖୁଥିଲା। ଏଥିପାଇଁ ସିଏସକେ ଧୋନୀଙ୍କୁ ୧୫ କୋଟି ଟଙ୍କା ଦେଉଥିଲେ। ହେଲେ ଏଥର ଆଇପିଏଲରେ ସିଏସକେର ପ୍ରଦର୍ଶନ ବେଶ ଖରାପ ରହିଥିଲା। ଏହାପରେ ଧୋନୀଙ୍କ ନେତୃତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏହାପରେ ମଧ୍ୟ ଧୋନୀ ଆଇପିଏଲରୁ ଅବସର ଘୋଷଣା କରିନାହାନ୍ତି। ସେ ଆଗାମୀ ବର୍ଷ ପାଇଁ ମଧ୍ୟ ସିଏସକେ ପାଇଁ ଖେଳ ଜାରି ରଖିବେ ବୋଲି କହିସାରିଛନ୍ତି। ଏପରି ସ୍ଥିତିରେ ଆକାଶ ଚୋପ୍ରାଙ୍କ ଏହି ମନ୍ତବ୍ୟକୁ ନେଇ ଏବେ କ୍ରିକେଟ ମହଲରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here