ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ
  • ଆୟ କମିଛି, ବ୍ୟୟ ବଢ଼ିଛି
  • ଶ୍ରୀମନ୍ଦିର ପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା

ଆଗତ ହେଲା ଶ୍ରୀମନ୍ଦିର ବଜେଟ। ୨୦୨୦-୨୧ ବର୍ଷ ପାଇଁ ମୋଟ ୧୫୪ କୋଟି ଟଙ୍କାର ବଜେଟକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ସୋମବାର ଏବାବଦରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

“କରୋନା ପାଇଁ ଚଳିତ ବର୍ଷ ଶ୍ରୀମନ୍ଦିରର ବ୍ୟୟ ବଢ଼ିଥିବା ବେଳେ ଆୟ କମିଛି। ତେଣୁ ଆୟ ବଢ଼ାଇବା ଉପରେ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ ଅନଲାଇନ ଡୋନେସନ ବ୍ୟବସ୍ଥା କରାଯିବ। ଏଥିରେ ସମସ୍ତେ ଭାଗ ନେଇ ଶ୍ରୀମନ୍ଦିର ପାଇଁ ଦାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି”, କହିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଏହି ବୈଠକରେ ମନ୍ଦିର ଖୋଲିବା ଏବଂ ନାଗାର୍ଜୁନ ବେଶ ନେଇ ଆଲୋଚନା ହୋଇଥିବା ବେଳେ ଆସନ୍ତା ଶନିବାର ଆଉ ଏକ ବୈଠକ କରାଯାଇ ନାଗାର୍ଜୁନ ବେଶ ଏବଂ ମନ୍ଦିର ଖୋଲିବା ପାଇଁ ବିସ୍ତୃତ ଆଲୋଚନା କରାଯିବା ନେଇ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

Comment