ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ। ସେ ଜଣେ ପ୍ରଭାବଶାଳୀ ନେତ୍ରୀ ଏବଂ ରାଜନୀତିରେ ଅତି ପାରଙ୍ଗମ ମହିଳା ଥିଲେ। ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ଇନ୍ଦିରା। ଆଜି ତାଙ୍କର ୧୦୩ତମ ଜୟନ୍ତୀ। ଏହି ଅବସରରେ ଇନ୍ଦିରାଙ୍କ ସମାଧି ସ୍ଥଳକୁ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ,  ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଦଳର ଅନ୍ୟ ନେତା କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଇନ୍ଦିରା ୧୯୧୭, ନଭେମ୍ବର ୧୯ରେ ଇଲାହବାଦରେ ଜନ୍ମ ହୋଇଥିଲେ। ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସବୁଦିନ ମନେ ରହିବା ଭଳି ଘଟଣା।

୧୯୮୪ ଅକ୍ଟୋବର ୩୧ ତାରିଖରେ ତାଙ୍କ ସୁରକ୍ଷାକର୍ମୀ ହିଁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

Comment