ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ନୂଆ ଏସ୍‌ପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି କନଓ୍ଵର ବିଶାଲ ସିଂହ। ସେ ପୂର୍ବତନ ଏସ୍‌ପି ଅଖିଳେଶ୍ଵର ସିଂହଙ୍କଠାରୁ ରବିବାର କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି।

ପୁରୀକୁ ଅପରାଧମୁକ୍ତ କରାଯିବ ଏବଂ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କନଓ୍ଵର ବିଶାଲ ସିଂହ କହିଛନ୍ତି। ବାସେଳି ସାହି ହାଜତ ମୃତ୍ୟୁ ମାମଲାକୁ ନେଇ ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଚାଲିଛି। ମୃତକଙ୍କ ପୋଷ୍ଟମର୍ଟମ କରାଯିବା ସହ ଭିସେରା ରଖାଯାଇଛି। ଏହି ମାମାଲାର ନ୍ୟାୟିକ ତଦନ୍ତ ହେବ। ସେହିପରି କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ ଦ୍ଵାରା ପିପିଲି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ହେବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଲୋକଙ୍କ ସହଯୋଗରେ ସମସ୍ତ କାମ କରାଯିବ ବୋଲି କନଓ୍ଵର ବିଶାଲ ସିଂହ ପ୍ରକାଶ କରିଛନ୍ତି। ଅନ୍ୟପଟେ ପୁରୀର ପୂର୍ବତନ ଏସ୍‌ପି ଅଖିଳେଶ୍ଵର ସିଂହଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

Comment