ଓଡ଼ିଶାଲାଇଭ୍ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପୁରୀ ଶ୍ରୀମନ୍ଦିରରେ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଆସନ୍ତା ୨୭ ତାରିଖରେ ଏହା ଅନୁଷ୍ଠିତ ହେବ। ଦୀର୍ଘ ୨୫ ବର୍ଷର ବ୍ୟବଧାନ ପରେ ଏବର୍ଷ ନାଗାର୍ଜୁନ ବେଶରେ ଦେଖାଦେବେ ତିନି ଠାକୁର। ୧୯୯୪ ମସିହାରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ତେବେ ଚଳିତବର୍ଷ କରୋନା ଯୋଗୁ ଶ୍ରଦ୍ଧାଳୁମାନେ ଏହି ବେଶ ଦେଖିପାରିବେ ନାହିଁ।

ପରମ୍ପରା ଅନୁଯାୟୀ ପର୍ଶୁରାମଙ୍କ ଦ୍ୱାରା ସହସ୍ରାର୍ଜୁନ ବଧକୁ ସ୍ମରଣ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ନାଗା ଯୋଦ୍ଧାଙ୍କ ରୂପରେ ସଜାଇ ଦିଆଯାଏ। ହାତରେ ସୁବର୍ଣ୍ଣ ଅସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସଜା ଯାଇଥାଏ।

ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପବିତ୍ର କାର୍ତ୍ତିକ ମାସରେ ପଡ଼େ। ବିଶେଷକରି ପଞ୍ଚୁକ ସମୟରେ ଛଅ ଦିନ ପାଇଁ ଏହା ପାଳିତ ହୋଇଥାଏ। ଏବର୍ଷ ଯୋଡ଼ା ଆଶ୍ୱିନ ପଡ଼ିଥିବାରୁ ଶ୍ରୀ ମନ୍ଦିରରେ ପଞ୍ଚୁକର ଷଷ୍ଠ ଦିନ ଅର୍ଥାତ ୨୭ ତାରିଖରେ  ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here