ଓଡ଼ିଶାଲାଇଭ୍‌ ବ୍ୟୁରୋ

କମେଡି କୁଇନ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ। ମୁମ୍ବାଇର କିଲା କୋର୍ଟ ସେମାନଙ୍କ ଜାମିନ ଆବେଦନର ଶୁଣାଣି କରିବେ।

ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ କରିବା ପରେ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା। ତେଣୁ ତୁରନ୍ତ ଉଭୟଙ୍କୁ ସମନ୍ ଜାରି କରାଯାଇଥିଲା। ଏହାପରେ ଭାରତୀ ଓ ହର୍ଷ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଉଭୟ ଡ୍ରଗ୍ସ ସେବନ କରୁଥିବା ସ୍ଵୀକାର କରିଥିଲେ।

ଶନିବାର ସନ୍ଧ୍ୟାରେ ଭାରତୀଙ୍କୁ ଏନ୍‌ସିବି ଗିରଫ କରିଥିଲା। ଏହାପରେ ରବିବାର ହର୍ଷଙ୍କୁ ବି ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ଡିସେମ୍ବର ୪ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Comment