ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ସମୟର ବ୍ରେକ୍ ପରେ ପୁଣି ପରଦାକୁ ଫେରୁଛନ୍ତି ଓଲିଉଡର ରୋମିଓ ବଏ ବାବୁସାନ୍। ଆଉ କିଛିଦିନ ପରେ ତାଙ୍କର ଅପକମିଙ୍ଗ ଫିଲ୍ମ ‘ବିଦ୍ୟାରାଣ’ର ରିଲିଜ୍ ହେବାକୁ ଯାଉଛି। ଏଥିରେ ବାବୁସାନ ଚୁଲବୁଲି ନାୟିକା ଶିବାନୀଙ୍କ ସହ ଦେଖିବାକୁ ମିଳିବେ।ସୋମବାର ବାବୁସାନ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ଶିବାନୀ ଏକ ରୋମାଣ୍ଟିକ ଗୀତରେ ନଜର ଆସିଛନ୍ତି। ଏଥିସହ ବାବୁସାନ ତାଙ୍କ ଫ୍ୟାନମାନଙ୍କୁ କିଛି ନୂଆ ଭେଟିବାକୁ ପ୍ଲାନ କରିଛନ୍ତି। ଏଥିପାଇଁ ସେ ପୁରୀର ଏକ ସ୍ଥାନରେ ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଏହି ସର୍‌ପ୍ରାଇଜକୁ ସେ ଖୁବ୍‌ଶୀଘ୍ର ନିଜର ସୋସିଆଲ ମିଡିଆରେ ଅପଲୋଡ କରିବା ବୋଲି ସୂଚନା ଦେଇଛନ୍ତି। ସେହିପରି ନିଜ ସୋସିଆଲ ମିଡିଆ ପେଜ୍‌ରେ ବାବୁସାନ ‘ସିଗ୍‌ନେଚର ୨୦୨୧’ କମିଙ୍ଗ ସୁନ୍‌ ଲେଖି ମଧ୍ୟ ପୋଷ୍ଟ କରିଛନ୍ତି।

କରୋନା ପାଇଁ ଦୀର୍ଘଦିନ ଧରି ସିନେମା ହଲ୍ ବନ୍ଦ ଅଛି। ଦଶହରା ହେଉ କି ଦୀପାବଳି ଓଲିଉଡ ବଜାରରେ ଏଥର ଦେଖିବାକୁ ମିଳିନି ବାବୁସାନଙ୍କ ଜଲ୍‌ଓ୍ଵା। କରୋନା ପୂର୍ବରୁ ତାଙ୍କର ‘ମିଷ୍ଟର ମଜ୍‌ନୁ’ ଫିଲ୍ମ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସେ ୩ଜଣ ନାୟିକାଙ୍କ ସହ ନଜର ଆସିଥିଲେ। ତେଣୁ ଦୀର୍ଘଦିନ ପରେ ବାବୁସାନ୍ ପୁଣି ବଡ଼ ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

Comment