ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ଘରେ ନିଶାଦ୍ରବ୍ୟ ରଖିଥିବାରୁ ଗିରଫ ହୋଇଥିବା ବଲିଉଡ୍ କମେଡିଆନ୍ ଭାରତୀ ସିଂହ ଓ ତାଙ୍କ ସ୍ୱାମୀଙ୍କୁ ମିଳିଲା ଜାମିନ୍। ମୁମ୍ବାଇର କିଲା କୋର୍ଟ ସୋମବାର ଏହି ଯୋଡ଼ିକୁ ଜାମିନ ମଞ୍ଜୁର କରିଛି।

ଶନିବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ତାଙ୍କ ଘରୁ କେତେକ ନିଶାଦ୍ରବ୍ୟ ମିଳିଥିଲା। ନିଶାଦ୍ରବ୍ୟ ମିଳିବା ପରେ ଏନସିବି ଭାରତୀଙ୍କୁ ଗିରଫ କରିଥିଲା।ଭାରତୀଙ୍କୁ ଗିରଫ କରିବାର ଗୋଟିଏ ଦିନ ଏନସିବି ତାଙ୍କ ସ୍ୱାମୀଙ୍କୁ ମଧ୍ୟ ପଚରାଉଚୁରା କରିଥିଲା। ଏହି ସମୟରେ ସେ ଗଞ୍ଜେଇ ସେବନ କରୁଥିବା ସ୍ୱୀକାର କରିଥିଲେ। ଏହାପରେ ପୋଲିସ ଭାରତୀଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଥିଲା।

ପ୍ରଥମେ ଦୁହିଁଙ୍କର କରୋନା ଟେଷ୍ଟ କରାଯିବା ସହିତ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଏହାପରେ ସେମାନେ ମୁମ୍ବାଇର କିଲା କୋର୍ଟରେ ଜାମିନ୍ ଆବେଦନ କରିଥିଲେ। ଯାହାକୁ ସୋମବାର ମଞ୍ଜୁର କରାଯାଇଛି।

Comment