ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଭିୟର୍‌ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର (ଏକ୍ସଆଇଏମ୍‌ବି)ର ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ’ ରବିବାର ଅନୁଷ୍ଠିତ ହୋଇଛି। ଅନଲାଇନ୍‌ ଜରିଆରେ ଏବର୍ଷ କନକ୍ଲେଭକୁ ଆୟୋଜନ କରାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ବିଷୟ ରହିଥିଲା “ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍”। ଏନେଇ ଏକ୍ସଆଇଏମ୍‌ବିର ଲୋକ ସଂପର୍କ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।ଏହି କନକ୍ଲେଭରେ ରିଲାଏନ୍ସ ଜିଓର ଉପସଭାପତି ନୀଲେଶ ମହାଜନ ପ୍ରଥମ ବକ୍ତା ଭାବେ ଯୋଗଦାଇ ଛାତ୍ରମାନଙ୍କୁ ରିଲାଏନ୍ସ ଜିଓର ଜନ୍ମ କାହାଣୀ ଏବଂ ତାକୁ ବଢ଼ାଇବାରେ ବ୍ୟବହାର ହେଉଥିବା ଗ୍ରାହକ ଅନ୍ତର୍ଦୃଷ୍ଟି ବିଷୟରେ ଜଣାଇଥିଲେ। ଏଥିସହିତ ଗ୍ରାହକଙ୍କ ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ଅନୁଧ୍ୟାନ କରି କିପରି ଏକ ବ୍ରାଣ୍ଡ ନିର୍ମାଣ କରାଯିବ, ତା ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ।ସେହିପରି ଫ୍ଲିପକାର୍ଟର ସିନିୟର ବ୍ରାଣ୍ଡ ମ୍ୟାନେଜର ପ୍ରଶାନ୍ତ ଅନେଜା ଏହି କନ୍‌କ୍ଲେଭ୍‌ରେ ଦ୍ଵିତୀୟ ବକ୍ତା ରହିଥିଲେ। ଗ୍ରାହକଙ୍କୁ ପ୍ରଭାବିତ କରୁଥିବା ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍ର ବିଭିନ୍ନ ଦିଗ ବିଷୟରେ ସେ ଛାତ୍ରମାନଙ୍କୁ ଆଲୋକିତ କରିଥିଲେ। ଦର୍ଶକଙ୍କୁ କିଛି ଆଇକୋନିକ୍ ବିଜ୍ଞାପନ ଦେଖାଇ ସେ ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍ର ମୁଖ୍ୟ ଦୃଷ୍ଟିକୋଣଗୁଡ଼ିକ ମଧ୍ୟ ଚିହ୍ନଟ କରାଇଥିଲେ।ଏହି କଲ୍‌କ୍ଲେଭ୍‌ରେ ତୃତୀୟ ବକ୍ତା ଥିଲେ ଜିଡସ ଓ୍ଵେଲନେସ୍ ଲିମିଟେଡର ସିନିୟର ବ୍ରାଣ୍ଡ ମ୍ୟାନେଜର ଶାହାବାଜ ମହମ୍ମଦ। ସେ ବ୍ରାଣ୍ଡର ବିଭିନ୍ନ ଉପାଦାଙ୍ଗୁଡ଼ିକ ବିଷୟରେ ଦର୍ଶକଙ୍କୁ ଆଲୋକିତ କରିଥିଲେ। ଏଥିସହିତ କାର୍ଯ୍ୟକଳାପ ଲାଭ ବନାମ ଭାବପ୍ରବଣତା ଏବଂ ବର୍ଣ୍ଣନାକାରୀ ତ୍ରୁଟି ବିଷୟରେ ସେ ଛାତ୍ରମାନଙ୍କୁ ଜଣାଇଥିଲେ। ବ୍ରାଣ୍ଡି କେବଳ ସୃଜନଶୀଳତା ନୁହେଁ ବରଂ ଠୋସ୍ ଗବେଷଣା ଏବଂ ଅନ୍ତର୍ଦୃଷ୍ଟିର କାର୍ଯ୍ୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ସେହିପରି ଚତୁର୍ଥ ବକ୍ତା ଥିଲେ ଆଟମନ ଗ୍ରେର ଉପସଭାପତି ତଥା ଶାଖା ମୁଖ୍ୟ ବୋଧଦେବ ଏହି କନ୍‌କ୍ଲେଭ୍‌ରେ ଯୋଗ ଦେଇଥିଲେ। ସେ ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗ୍‌ରେ “ମୋମେଣ୍ଟ” ଦ୍ଵାରା ଧାରଣ କରିଥିବା ମହତ୍ତ୍ଵ ବିଷୟରେ କହିଥିଲେ। ଅସଲି କାହାଣୀଗୁଡ଼ିକରୁ ପ୍ରେରଣା ନେବା ଏବଂ ଷ୍ଟୋରି ଟେଲିଙ୍ଗ୍‌ରେ ଅତ୍ୟଧିକ ଡ୍ରାମାର ବ୍ୟବହାର ନକରିବାର ମହତ୍ତ୍ଵ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ।

କାର୍ଯକ୍ରମ ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ବକ୍ତାମାନେ ଛାତ୍ରମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ କମ୍ୟୁନିକ୍ୟୁରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାଗୁଡ଼ିକର ବିଜେତାମାନଙ୍କୁ ସମ୍ମାନିତ କରାଯାଇଥିଲା। ସବା ଶେଷରେ ଇଲ୍ୟୁମୀନାଟିକ୍ସର ଛାତ୍ର ସଂଯୋଜକ ଅମ୍ରିତ ଆନନ୍ଦ ମହାପାତ୍ର ବକ୍ତାମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କରିଥିଲେ।

Comment