ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ପୂର୍ବରୁ ଖୋଲିପାରେ ପୁରୀ ଶ୍ରୀମନ୍ଦିର। ଆସନ୍ତା ଡିସେମ୍ବର ମାସର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ଯୋଜନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ମଙ୍ଗଳବାର ସୂଚନା ଦେଇଛନ୍ତି।

ତେବେ ମନ୍ଦିର ଖୋଲିବା ପୂର୍ବରୁ ଭକ୍ତମାନଙ୍କ ପାଇଁ ସ୍ଵତନ୍ତ୍ର ଏସ୍‌ଓପି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

କରୋନା କଟକଣା ଯୋଗୁ ଦୀର୍ଘ ୮ ମାସ ହେଲା ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ତେଣୁ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ଅନ୍ୟପଟେ ଭକ୍ତଙ୍କ ବିନା ସେବାୟତମାନେ ମଧ୍ୟ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକରେ ଧର୍ମାନୁଷ୍ଠାନ ଖୋଲିସାରିଛି। ତେଣୁ ସାଧାରଣ ଭକ୍ତଙ୍କ ପାଇଁ ତୁରନ୍ତ ଶ୍ରୀମନ୍ଦିର ଖୋଲିବାକୁ ସେବାୟତ ଏବଂ ଭକ୍ତ ଦାବି କରି ଆସୁଛନ୍ତି।

Comment