ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ସଦର ଥାନା ଯଦୁପୁର ଗାଁର ନାବାଳିକା ‘ପରୀ’ ମୃତ୍ୟୁ ଘଟଣାରେ ନୟାଗଡ଼ ପୋଲିସ୍ ସ୍ଥାଣୁ ପାଲଟିଛି । ଏଭଳି ଅଭିଯୋଗ ଆଣି ଜିଲ୍ଲା କଂଗ୍ରେସ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ପୋଲିସ୍ ଘଟଣାର ପର୍ଦ୍ଦାଫାସ କରିବାରେ ଅସମର୍ଥ ହୋଇଛି । ସେଥିଲାଗି ଦଳ ଜିଲ୍ଲା ଏସପିଙ୍କ ବଦଳି ଦାବି କରିଥିଲା।

ଜିଲ୍ଲା କମିଟି ସଭାପତି ରଜିତ ଦାଶ, କର୍ମକର୍ତ୍ତା ହୁସେନ ଖାଁ ଓ ମନୋଜ ସାହୁଙ୍କ ସମେତ ଅନ୍ୟ କେତେକ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ।  ଅପରାଧୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ଲାଗି ଏକ ଦାବି ପତ୍ର ପ୍ରଦାନ କରିଥିଲେ।

ଝିଅର ହତ୍ୟା କରାଯାଇଥିବା ଦାବି କରି ନ୍ୟାୟ ପାଇଁ ‘ପରୀ’ ମା’ ସୌଦାମିନୀ ସାହୁ ଓ ବାପା ଅଶୋକ ସାହୁ ମଙ୍ଗଳବାର ଦିନ ବିଧାନସଭା ଆଗରେ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଠିକ ସେତିକି ବେଳେ ଏପଟେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟଳୟ ଆଗରେ କଂଗ୍ରେସ ଦଳ ଜିଲ୍ଲା ପୋଲିସ୍ ବିଫଳତାର ପ୍ରତିବାଦ କରିଥିଲା।

Comment