ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋboomika Dash

ନୂଆ ନାୟକଙ୍କ ସହ ଓଲିଉଡର ଚୁଲବୁଲି ନାୟିକା ଭୂମିକା ଦାସ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ଫିଲ୍ମ। ‘ତୁ ମୋ ଲଭଷ୍ଟୋରି’, ‘ତୁ ମୋ ଲଭ୍‌ ଷ୍ଟୋରି ୨’ ପରେ ଭୂମିକା ‘ଆଉ ଗୋଟେ ଲଭ୍‌ ଷ୍ଟୋରି’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ହିରୋ ଜ୍ୟୋତି ରଞ୍ଜନ ନାୟକଙ୍କୁ ଦେଖିବାକୁ ମିଳିବ। ଜ୍ୟୋତିଙ୍କ ସହ ଭୂମିକାଙ୍କର ହେଉଛି ଏହା ପ୍ରଥମ ଫିଲ୍ମ।

ଆର ଆର୍‌ ଇଭେଣ୍ଟ୍‌ସର ଏହି ଫିଲ୍ମ ହେଉଛି ତୃତୀୟ ଅବଦାନ। ଏଥିରେ ସଞ୍ଜୟ ନାୟକ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରମେଶ ବାରିକ।

ନିକଟରେ ଫିଲ୍ମର ମହୁରତ ଶେଷ ହୋଇଛି। ଏବେ ଛତିଶଗଡ଼ର ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫିଲ୍ମର ସୁଟିଂ ଚାଲିଥିବା ଜଣାପଡ଼ିଛି। ଖୁବଶୀଘ୍ର ସୁଟିଂ ସାରି ୨୦୨୧ରେ ଫିଲ୍ମଟିକୁ ରିଲିଜ କରିବାକୁ ନିର୍ମାତାମାନେ ଯୋଜନା ରଖିଛନ୍ତି। ଫିଲ୍ମକୁ ନେଇ ଭୂମିକା ବେଶ ଉତ୍ସାହିତ ଥିଲା ବେଳେ ଏହି ନୂଆ ଯୋଡ଼ିଙ୍କୁ ଦର୍ଶକ ପସନ୍ଦ କରିବେ ନିର୍ମାତା ଆଶାବାଦୀ ଅଛନ୍ତି।

Comment